ମୁଲାୟମ ସିଂହ ଯାଦବଙ୍କୁ ହାଇକୋର୍ଟ ନୋଟିସ୍‍

ଲକ୍ଷ୍ନୌ : ଆହ୍ଲାବାଦ୍‍ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ସୋମବାର ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସପା ନେତା ମୁଲାୟମ ସିଂହ ଯାଦବଙ୍କୁ ନୋଟିସ୍‍ ପଠାଇଛନ୍ତି। ବରିଷ୍ଠ ଆଇପିଏସ୍‍ ଅଧିକାରୀ ଅମିତାଭ ଠାକୁରଙ୍କ ଏକ ଆବେଦନକୁ ନେଇ ମୁଲାୟମଙ୍କୁ ଏହି ନୋଟିସ୍‍ ଜାରି କରାଯାଇଛି। ଏହାସହ ଏହି ଆବେଦନ ଉପରେ ରାଜ୍ୟ ସରକାରଙ୍କୁ ଜବାବ ମଗାଯାଇଛି।
ବିଚାରପତି ଶଶୀକାନ୍ତଙ୍କ ଜଣିକିଆ ପୀଠ ଅମିତାଭ ଠାକୁରଙ୍କ ଆବେଦନ ଉପରେ ଶୁଣାଣି କରି ନୋଟିସ୍‍ ପଠାଇବାକୁ ନିର୍ଦେଶ ଦେଇଛନ୍ତି। ଅଧିବକ୍ତା ନୂତନ ଠାକୁରଙ୍କ କହିବା ଅନୁସାରେ ମୁଲାୟମ ସିଂହ ୨୦୧୫ ଜୁଲାଇ ୧୦ରେ ଆଇପିଏସ୍‍ ଅମିତାଭ ଠାକୁରଙ୍କ ମୋବାଇଲକୁ ଧମକପୂର୍ଣ୍ଣ ମେସେଜ ପଠାଇଥିଲେ। ଏନେଇ ଅମିତାଭ ଠାକୁର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହା ଉପରେ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ମୁଲାୟଙ୍କୁ ନୋଟିସ୍‍ ଜାରି କରିଛନ୍ତି।

Comments are closed.