ଟଙ୍କା ଗାଡ଼ିରୁ ୫୩ ଲକ୍ଷ ଲୁଟିନେଲେ

0

ସମସ୍ତିପୁର : ବିହାରର ସମସ୍ତିପୁର ଜିଲାରେ ସଶସ୍ତ୍ର ଡକାୟତମାନେ ଏକ ଟଙ୍କା ଗାଡିରୁ ୫୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଡକାୟତମାନେ ଟଙ୍କା ଗାଡିରେ ଥିବା ସୁରକ୍ଷାକର୍ମୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଗୁରୁବାର ଅପରାହ୍ଣ ୨ଟାରେ ଏଲଆଇସି ମୁଖ୍ୟ ଶାଖା ନିକଟରେ ଏହି ଘଟଣା ଘଟିଛି। ଏଲଆଇସି ଅଫିସର ଜମା ଟଙ୍କା ବ୍ୟାଙ୍କକୁ ନେବା ଲାଗି ଭ୍ୟାନରେ ଲୋଡ ହେଉଥିବାବେଳେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ ବୋଲି ପୁଲିସ କହିଛି। ଏସପିଙ୍କ କହିବା ଅନୁଯାୟୀ ଡକାୟତମାନେ ସୁରକ୍ଷାକର୍ମୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଦେବା ଲାଗି କହିଥିଲେ। ମାତ୍ର ସୁରକ୍ଷାକର୍ମୀ ଜଣଙ୍କ ଏହାର ପ୍ରତିବାଦ କରିବାରୁ ତାଙ୍କ ମୁଣ୍ଡକୁ ଗୁଳିକରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଡକାୟତମାନେ ଟଙ୍କା ବ୍ୟାଗ ନେଇ ପଳାଇଥିଲେ।

Leave A Reply