ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ; ସର୍ବାଧିକ ‘ନୋଟା’ ଭୋଟ

ଭୁବନେଶ୍ବର: ସଦ୍ୟ େଶଷ େହାଇଥିବା ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସମେତ ସ୍ବାଧୀନ ପ୍ରାର୍ଥୀମାନେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ ା େତବେ ଅଧିକାଂଶ ସ୍ଥାନରେ ୩ରୁ ୪ଜଣ ପ୍ରାର୍ଥୀଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ପାଇଥିବା େଭାଟ ପରିମାଣ ‘ନୋଟା’ (ନନ ଅଫ ଦି ଆବଭ)ରୁ କମ ରହିଛି ା ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ରରେ େହାଇଥିବା ମତଦାନରେ ନବରଙ୍ଗପୁରରେ ସର୍ବାଧିକ ‘ନୋଟା’ େଭାଟ ରହିଛି ା ଏଠାରେ ୪୪,୫୮୨ଟି ଭୋଟ ‘ନୋଟା’କୁ ଯାଇଛି ା ଜଗତସିଂହପୁରରେ ସର୍ବନିମ୍ନ ୬୦୫୭ େଭାଟ ‘ନୋଟା’କୁ ଯାଇଛି ା
ନିର୍ବାଚନ କମିଶନ ଦ୍ବାରା ପ୍ରଦତ୍ତ ତଥ୍ୟରୁ ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁରରେ ସର୍ବାଧିକ ୪୪,୫୮୨ ଭୋଟ ‘ନୋଟା’କୁ ଯାଇଥିବା ବେଳେ େକାରାପୁଟରେ ୩୬,୫୬୧ଟି େଭାଟ ଯାଇଛି ା ଅନୁରୂପ ଭାବେ ମୟୁରଭଞ୍ଜରେ ୨୧,୩୫୭, କଳାହାଣ୍ଡି ୨୧,୧୯୯, େକନ୍ଦୁଝର ୧୯,୨୦୭, ଆସ୍କା ୧୭,୩୪୪, ବଲାଙ୍ଗୀର ୧୬,୦୦୧, ବ୍ରହ୍ମପୁର ୧୪,୩୮୧, ବରଗଡ ୧୪,୧୬୭, ସୁନ୍ଦରଗଡ ୧୩,୬୭୫, ସମ୍ବଲପୁର ୧୩,୪୫୬, କନ୍ଧମାଳ ୧୩,୨୫୩, େଢଙ୍କାନାଳରେ ୧୧,୨୫୪ ଖଣ୍ଡ େଭାଟ ‘ନୋଟା’କୁ ଯାଇଛି ା େସହିପରି ବାଲେଶ୍ବର ସଂସଦୀୟ େକ୍ଷତ୍ରରେ ୭୪୩୬, କଟକ ୭୨୩୬, ପୁରୀ ୭୨୧୭, ଯାଜପୁର ୭୧୬୧, େକନ୍ଦ୍ରାପଡା ୬୫୮୮, ଭଦ୍ରକ ୬୫୩୬, ଭୁବନେଶ୍ବର ୬୧୫୬ ଓ ଜଗତସିଂହପୁରରେ ସର୍ବନିମ୍ନ ୬୦୫୭ ଭୋଟ ‘ନୋଟା’କୁ ଯାଇଛି ା

Comments are closed.