ରେଳ କାର୍ଯ୍ୟାଳୟ ପରିଦର୍ଶନ ନ କରିବାକୁ ପରାମର୍ଶ

କୋଭିଡ -୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ କାର୍ଯ୍ୟାଳୟ ପରିଦର୍ଶନ ନ କରିବାକୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି। ସେ ଅନୁରୋଧ କରିଛନ୍ତି ଯେ, ଯେକୌଣସି କାର୍ଯ୍ୟ ସମ୍ପାଦନ ପାଇଁ ସାଧାରଣ ଜନତା ବ୍ୟକ୍ତିଗତ ଭାବେ କାର୍ଯ୍ୟାଳୟକୁ ଆସିବା ପରିବର୍ତ୍ତେ ଚିଠି, ଇମେଲ, ଫୋନ୍, ଫ୍ୟାକ୍ସ କିମ୍ବା ଏସଏମଏସ ଦ୍ୱାରା ସେମାନଙ୍କର କାର୍ଯ୍ୟ କରିପାରିବେ।

ଏହା ବ୍ୟତୀତ କୋଭିଡ ପ୍ରୋଟୋକଲ କଡାକଡି ଭାବେ ଅନୁସରଣ କରିବା ସହ ବାଧ୍ୟତାମୂଳକ ଭାବେ ଫେସ୍ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତ୍ୱ ମାନିବା, ବାରମ୍ବାର ହାତ ଧୋଇବା / ସାନିଟାଇଜିଂ କରିବା ଏବଂ ନିୟମ ଅନୁସାରେ ଟୀକା ନେବାକୁ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା କର୍ମଚାରୀମାନେ ସୁରକ୍ଷିତ ରହିବା ସହ ସେମାନଙ୍କ ପରିବାର, ରାଷ୍ଟ୍ର ଓ ସମାଜ ଏହି ମହାମାରୀ ସଂକ୍ରମଣରୁ ରକ୍ଷା ପାଇପାରିବ ବୋଲି କହିଛନ୍ତି।

Comments are closed.