କଥା ରଖିଲେନି ନବୀନ, ବିରୋଧୀ ପୁଣି ଅସନ୍ତୁଷ୍ଟ ଆମ ଓଡ଼ିଶାନିଉଜ ଆଲର୍ଟବଡ଼ ଖବର By ସମାଜ ପୋର୍ଟାଲ ଡେସ୍କ On Mar 19, 2021 Share ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ଧାନ କିଣାକୁ ନେଇ କିଛି ଦିନ ହେବ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଆଜି ପ୍ରଶ୍ନୋତର କାର୍ଯ୍ୟକ୍ରମ ଅପାତତଃ ସ୍ୱାଭାବିକ ହୋଇଛି। ଗତକାଲିର ସର୍ବଦଳୀୟ ବୈଠକ ପରେ ବାଚସ୍ପତିଙ୍କ ନିଷ୍ପତ୍ତି ଅନୁଯାୟୀ ଆଜି ଶୂନ୍ୟକାଳରେ ଧାନ କିଣା ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ବିବୃତି ରଖିଥିଲେ। ତେବେ ଏଥିରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। Related Posts ଦିଲ୍ଲୀରେ ମିଳିଲାନି ଚିକିତ୍ସା, କରୋନାରେ ଆଖି… Apr 18, 2021 ଜେଇଇ (ମେନ) ପ୍ରବେଶିକା ପରୀକ୍ଷା ସ୍ଥଗିତ Apr 18, 2021 ଏଥିରେ ବିଜେପି ଦଳର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରି କକ୍ଷ ତ୍ୟାଗ କରିଥିବା ବେଳେ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟ ଭାଗରେ ଧାରଣାରେ ବସି ରହିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କଥା ରଖିଲେ ନାହିଁ। କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ ଯେ ପବିତ୍ର ଗୃହକୁ ଧୋକା ଦିଆଯାଇଛି। ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଗତକାଲି ମୁଖ୍ୟମନ୍ତ୍ରୀ ଓ ବିଜେପି ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ସୌହାଦ୍ଦ୍ୟପୁର୍ଣ୍ଣ ଥିଲା କିନ୍ତୁ ଧାନ କିଣିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିବେ ବୋଲି ମୋର ମନେ ହେଉନାହିଁ। Share FacebookTwitterWhatsApp