ସିବିଆଇ ସଙ୍କଟ ନୂଆ ନୁହେଁ: ପୂର୍ବତନ ନିର୍ଦେଶକ ସିହ୍ନା, ସିଂହଙ୍କ ବିରୋଧରେ ହୋଇଥିଲା ଦୁର୍ନୀତି ଅଭିଯୋଗ

0

ନୂଆଦିଲ୍ଲୀ : ଦେଶର ପ୍ରମୁଖ ତଦନ୍ତକାରୀ ଦଳ ସିବିଆଇର ପ୍ରମୁଖ ଅଧିକାରୀମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ସଂସ୍ଥାର ପୂର୍ବତନ ନିର୍ଦେଶକ ରଞ୍ଜିତ ସିହ୍ନା ଏବଂ ଏ. ପି. ସିଂହଙ୍କ ବିରୋଧରେ ପଦବୀର ଅନୁଚିତ ଉପଯୋଗ ଅଭିଯୋଗ ହୋଇଛି। କୋଇଲା ବ୍ଲକ୍‍ ଆବଣ୍ଟନ ମାମଲାରେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ କରିବା ଲାଗି ନିଜ କ୍ଷମତାର ଉପଯୋଗ କରିଥିବା ନେଇ ପୂର୍ବତନ ନିର୍ଦେଶକ ସିହ୍ନାଙ୍କ ବିରୋଧରେ ସିବିଆଇ ପକ୍ଷରୁ ୨୦୧୭ରେ ଏକ ଦୁର୍ନୀତି ମାମଲା ରୁଜୁ ହୋଇଥିଲା। ପ୍ରମୁଖ ସରକାରୀ ପଦବୀରେ ଥିବା ଲୋକଙ୍କଠାରୁ ସହଯୋଗ ପ୍ରଦାନ କରିବା ନିମିତ୍ତ ନିଜ ନିକଟତର ଲୋକଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ପୂର୍ବତନ ସିବିଆଇ ନିର୍ଦେଶକ ଏ. ପି. ସିହ୍ନା ଏବଂ ତାଙ୍କ ବାଲ୍ୟ ବନ୍ଧୁ ତଥା ବର୍ତ୍ତମାନ ସିବିଆଇ ସଙ୍କଟର ମଞ୍ଜି କୁହାଯାଉଥିବା ମାଂସ ବ୍ୟବସାୟୀ ମୋଇନ୍ କ୍ୟୁରେସିଙ୍କ ବିରୋଧରେ ଚଳିତ ବର୍ଷ ଆଉ ଏକ ଦୁର୍ନୀତି ମାମଲା ରୁଜୁ ହୋଇଥିଲା। ମାତ୍ର ପ୍ରମାଣ ସଂଗ୍ରହ ନିମନ୍ତେ ବିଭିନ୍ନ ରେକର୍ଡ ଯାଞ୍ଚ କରିବା ତଥା ବିଭିନ୍ନ ସ୍ଥାନରେ ଚଢାଉ କରିବା ଭିନ୍ନ ଏହି ମାମଲାଗୁଡିକର ତଦନ୍ତ ଆଉ ଆଗକୁ ବଢି ପାରି ନ ଥିଲା।

Leave A Reply