ମହିଳାଙ୍କ ସୁରକ୍ଷାକୁ ନାହିଁ ଚିନ୍ତା, କୌଣସି ରାଜ୍ୟ ବିନିଯୋଗ କରିନାହାନ୍ତି ‘ନିର୍ଭୟା’ ପାଣ୍ଠିର ଶତ ପ୍ରତିଶତ, ଟଙ୍କାଟିଏ ଖର୍ଚ୍ଚ କରିନି ଓଡିଶା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ନିର୍ଭୟା’ ଫଣ୍ଡ ମାଧ୍ୟମରେ ମହିଳାଙ୍କ ସୁରକ୍ଷାକୁ ନେଇ ଜଡିତ ବିଶେଷ ଯୋଜନାପାଇଁ ପାଖାପାଖି ୪୦୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ୨୦୧୬-୧୭ରୁ ଅଧିକାଶଂ ରାଜ୍ୟକୁ ଏହି ପାଣ୍ଠି ବିନିଯୋଗ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ କୌଣସି ବି ରାଜ୍ୟ ଏହି ଟଙ୍କାକୁ ବିନିଯୋଗ କରିବାର କୌଣସି ତଥ୍ୟ ନାହିଁ। ଏହି ଯୋଜନାରେ ଆକସ୍ମିକ ପ୍ରତିକ୍ରିୟା ସହାୟତା ବାବାଦରେ ଅଧିକ ୩୦୦ କୋଟି ମିଳିଥିଲା।
ଗୃହମନ୍ତ୍ରାଣଳୟର ନିପୋର୍ଟ ଅନୁସାରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଏହି ନିର୍ଭୟା ପାଣ୍ଠିରେ ଦିଆଯାଇଥିବା ଅର୍ଥର ଶତ ପ୍ରତିଶ୍ରତ ବିନିଯୋଗ କରିପାରିନାହାନ୍ତି। ଏଥି ମଧ୍ୟରେ ୧୮ଟି ରାଜ୍ୟ ଏପରି ଯେଉଁମାନେ ପାଣ୍ଠିରୁ ଅର୍ଥ ନେଇଛନ୍ତି କିନ୍ତୁ ଅର୍ଥକୁ କେଉଁ ଉପାୟରେ ଖର୍ଚ କଲେ ତାହାର କୌଣସି ସୂଚନା ଦେଇନାହାନ୍ତି। ରାଜସ୍ତାନ ଏକମାତ୍ର ରାଜ୍ୟ ନିର୍ଭୟା ପାଣ୍ଠିରୁ ସର୍ବାଧିକ ଅର୍ଥ ଖର୍ଚ କରିଛି। ଅନ୍ୟ ଏକ ରାଜ୍ୟ ତେଲେଙ୍ଗାନା ନିର୍ଭୟା ପାଣ୍ଠିରେ ଜାରୀ କରାଯାଇଥିବା ୯୫୭.୧୫ ଲକ୍ଷ ଟଙ୍କାରୁ ମାତ୍ର ୨୫ ଲକ୍ଷ ଟଙ୍କା ବିନିଯୋଗ କରିଛି। ଓଡିଶା ନିର୍ଭୟା ପାଣ୍ଠିର ବିନିଯୋଗ କରିନାହିଁ। ରାଜ୍ୟ ମାନଙ୍କୁ ମହିଳାମାନଙ୍କ ସୁରକ୍ଷା ଉପରେ ବିନିଯୋଗ କରିବାକୁ କେନ୍ଦ୍ରରୁ ଟଙ୍କା ଆସିଥିଲେ ମଧ୍ୟ ରାଜ୍ୟମାନେ ଏହାର ଉଚିତ ବିନିଯୋଗ କରିପାରିନାହାନ୍ତି।

ନିର୍ଭୟା ପାଣ୍ଠି ମାଧ୍ୟମରେ ରାଜ୍ୟ ମାନଙ୍କୁ ଆସିଥିବା ଅର୍ଥରାଶିର ଉପଯୋଗ କରିନଥିବା ରାଜ୍ୟ- ଓଡ଼ିଶାକୁ ୯୪୮.୭୧ଲକ୍ଷ, ମଧ୍ୟପ୍ରଦେଶକୁ ୧୪୧୮.୭୧ ଲକ୍ଷ, ମହାରାଷ୍ଟ୍ରକୁ ୧୨୮୪.୬୬ ଲକ୍ଷ, ଛତିଶଗଡ କୁ ୭୪୩.୩୧ ଲକ୍ଷ, ମେଘାଳୟକୁ ୪୬୩.୩୯ ଲକ୍ଷ, ମଣିପୁରକୁ ୪୪୬.୫୩ ଲକ୍ଷ, ଆସାମକୁ ୭୯୩.୯୩ ଲକ୍ଷ, ବିହାରକୁ ୧୨୨୯.୬୦ ଲକ୍ଷ, ଦିଲ୍ଲୀକୁ ୨୪୦୦ ଲକ୍ଷ, ଦମନ ଡିଉକୁ ୨୫୦ ଲକ୍ଷ, ସିକ୍କିମକୁ ୪୨୮.୩୩ ଲକ୍ଷ, ପଶ୍ଚିମବଙ୍ଗକୁ ୮୭୮ ଲକ୍ଷ, ଝାଡଖଣ୍ଡ ୯୩୭.୮୯ ଲକ୍ଷ, ତ୍ରିପୁରାକୁ ୪୩୮.୦୯ ଲକ୍ଷ, ଗୁଜରାଟକୁ ୧୧୮୭.୪୧ ଲକ୍ଷ, ହରିୟାଣାକୁ ୮୬୮.୫ ଲକ୍ଷ, ଉତ୍ତର ପ୍ରଦେଶକୁ ୧୨୦୦ ଲକ୍ଷ ଏବଂ ଲାକ୍ଷାଦ୍ୱୀପକୁ ୨୯୬.୭୧ ଲକ୍ଷ।

ନିର୍ଭୟା ପାଣ୍ଠିର କିଛି ମାତ୍ରାରେ ବିନିଯୋଗ କରିଥିବା ରାଜ୍ୟ- ଆନ୍ଧ୍ର ପ୍ରଦେଶ ୯୮୦.୫୦ ଲକ୍ଷରୁ ୬୬୭.୧୨ ଲକ୍ଷ ବିନିଯୋଗ , ଆଣ୍ଡାମାନ ୩୧୪.୫୮ ଲକ୍ଷରୁ ୧୪୭.୦୫ ଲକ୍ଷ ବିନିଯୋଗ, ରାଜସ୍ଥାନ ୧୦୧୩.୦୩ ଲକ୍ଷରୁ ୧୦୧୧.୦୦ ଲକ୍ଷ ବିନିଯୋଗ, କେରଳ ୭୩୩.୨୭ ଲକ୍ଷରୁ ୩୩୭.୦୦ ଲକ୍ଷ ବିନିଯୋଗ, ଜମ୍ମୁ କଶ୍ମୀର ୭୦୧.୧୨ ଲକ୍ଷରୁ ୩୨୪.୫୮ ଲକ୍ଷ ବିନିଯୋଗ, ମିଜୋରାମ ୪୩୮.୦୯ ଲକ୍ଷରୁ ୩୮୯.୦୦ ଲକ୍ଷ ବିନିଯୋଗ, ଉତ୍ତରାଖଣ୍ଡ ୬୬୨.୨୯ ଲକ୍ଷରୁ ୪୦୭.୮୭ ଲକ୍ଷ ବିନିଯୋଗ, ନାଗାଲାଣ୍ଡ ୪୮୭.୮୬ ଲକ୍ଷରୁ ୨୦୯.୮୪ ଲକ୍ଷ ବିନିଯୋଗ, ତାମିଲନାଡୁ ୯୬୫.୫୮ ଲକ୍ଷରୁ ୬୦୦.୦୦ ଲକ୍ଷ ବିନିଯୋଗ, ଦାଦର ନଗର ୨୫୦.୦୦ ଲକ୍ଷରୁ ୧୫୮.୦୦ ଲକ୍ଷ ବିନିଯୋଗ, ତେଲଙ୍ଗାନା ୯୫୭.୧୫ ଲକ୍ଷରୁ ୨୫.୦୦ ଲକ୍ଷ ବିନିଯୋଗ, ହିମାଚଳ ପ୍ରଦେଶ ୪୭୧.୮୩ ଲକ୍ଷରୁ ୧୨୮.୨୪ ଲକ୍ଷ ବିନିଯୋଗ, ପୁଡୁଚେରୀ ୩୨୩.୪୧ ଲକ୍ଷରୁ ୯୮.୧୬ ଲକ୍ଷ ବିନିଯୋଗ, କର୍ଣ୍ଣାଟକ ୯୪୮.୭୧ ଲକ୍ଷରୁ ୫୩୦.୦୦ ଲକ୍ଷ ବିନିଯୋଗ, ଗୋଆ ୫୩୨.୪୧ ଲକ୍ଷରୁ ୨୨୧.୦୦ ଲକ୍ଷ ବିନିଯୋଗ, ପଞ୍ଜାବ ୯୨୮.୪୮ ଲକ୍ଷରୁ ୩୦୦.୦୦ ଲକ୍ଷ ବିନିଯୋଗ, ଚଣ୍ଡୀଗଡ ୪୦୧.୫୨ ଲକ୍ଷରୁ ୧୯୮.୪୯ ଲକ୍ଷ ବିନିଯୋଗ ଏବଂ ଅରୁଣାଚଳ ପ୍ରଦେଶ ୫୩୯.୩୨ ଲକ୍ଷରୁ ୨୦୪.୦୩ ଲକ୍ଷ ବିନିଯୋଗ ଟଙ୍କା ବିନିଯୋଗ କରିଛନ୍ତି।

Comments are closed.