ବିଶ୍ୱକୁ ପୁଣି ଉତ୍ତର କୋରିଆର ଚ୍ୟାଲେଞ୍ଜ

ସମାଜ (ବ୍ୟୁରୋ): ପୁଣି ଥରେ ବିଶ୍ୱକୁ ଚ୍ୟାଲେଞ୍ଜ କରିଛି ଉତ୍ତର କୋରିଆ । ପ୍ରଥମେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିବା ପରେ ବର୍ତ୍ତମାନ ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଏ ନେଇ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଗତକାଲି ଉତ୍ତର କୋରିଆ ଆଉ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି । ଯାହା ହାଇପରସୋନିକ୍ କ୍ଷେପଣାସ୍ତ୍ର ଅପେକ୍ଷା ଅଧିକ ଦକ୍ଷ ବୋଲି କ଼ୁହାଯାଉଛି । ମାତ୍ର ଗୋଟିଏ ସପ୍ତାହରୁ କମ୍ ସମୟ ମଧ୍ୟରେ ଉତ୍ତର କୋରିଆ ଏହି ପରୀକ୍ଷଣ କରିଛି । ଯେଉଁଥିରେ ଉତ୍ତରକୋରିଆ ଉନ୍ନତ ଅସ୍ତ୍ରଶସ୍ତ୍ରର ବିକାଶ କରୁଛି ବୋଲି କୁହାଯାଉଛି । ଏହି କ୍ଷେପଣାସ୍ତ୍ର ଶବ୍ଦଠାରୁ ୧୦ ଗୁଣା ବେଗରେ ଅଧିକ ଗତି କରିଛି ବୋଲି ଜଣେ ଦକ୍ଷିଣ କୋରିଆର ଯୁଗ୍ମ କର୍ମଚାରୀ କହିଛନ୍ତି। ଶବ୍ଦର ୧୦ଗୁଣା ଅର୍ଥାତ୍‍ ୬୦ କିଲୋମିଟର ଉଚ୍ଚତାରେ ୭୦୦ କିଲୋମିଟର ଯାତ୍ରା କରିଛି । ଏହାକୁ ନେଇ ଆମେରିକା ମଧ୍ୟ ଉତ୍ତର କୋରିଆକୁ ଅନୁରୋଧ କରିଥିବା ଜଣାପଡ଼ିଛି । ଉତ୍ତର କୋରିଆକୁ ନିଷିଦ୍ଧ ଆଣବିକ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଛାଡିବାକୁ କହିଛି ଆମେରିକା ଓ ତାର ୫ ସହଯୋଗୀ ।

Comments are closed.