ଉତ୍ତର ଭାରତରେ ଜାଡ଼ ଶୀତ, ଜନଜୀବନ ପ୍ରଭାବିତ

0

ନୂଆଦିଲ୍ଲୀ : ଉତ୍ତର ଭାରତରେ ଶୀତ ଲହରୀ ପ୍ରଭାବ ବୃଦ୍ଧି ପାଇଛି। ଫଳରେ ଅନେକ ସ୍ଥାନରେ ତାପମାତ୍ରା ସର୍ବନିମ୍ନସ୍ତରରେ ପହଞ୍ଚିବା ସହ ଜନଜୀବନ ପ୍ରଭାବିତ ହୋଇଛି। ଏପରିକି କେତେକ ସ୍ଥାନରେ ଚାଷ ଜମିରେ ବରଫ ଜମା ହୋଇଥିବାର ଦେଖିବାକୁ ମିଳିଛି। ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଜାମ୍ମୁ କାଶ୍ମୀରରେ ଶୀତର ପ୍ରକୋପ ଜାରି ରହିଛି।
ସୂଚନା ଅନୁସାରେ ରାଜସ୍ଥାନର ଫତେହପୁରରେ ବୁଧବାର ସକାଳେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୪.୫ ଡିଗ୍ରୀ ସେଲସିୟସ୍‍ ରହିଥିଲା। ଚାଷ ଜମିରେ ବରଫ ଜମା ହୋଇଥିବା ଦେଖିବାକୁ ମିଳିଥିଲା। ରାଜସ୍ଥାନର ରାଜଧାନୀ ଜୟପୁରରେ ସର୍ବନିମ୍ନ ତାପମାତ୍ରା ୭.୧ ଡିଗ୍ରୀ, ଉଦୟପୁରରେ ତାପମାତ୍ରା ୨.୮ ଡିଗ୍ରୀ, ଯୋଧପୁରରେ ତାପମାତ୍ରା ୬.୫ ଡିଗ୍ରୀ ଓ ଜୈସଲମେରରେ ତାପମାତ୍ରା ୬.୨ ଡିଗ୍ରୀ ସେଲସିୟସ ରହିଛି।
ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ବୁଧବାର ତାପମାତ୍ରା ୧ ଡିଗ୍ରୀ ସେଲସିୟ ହ୍ରାସ ପାଇଛି। ଦିଲ୍ଲୀରେ ବୁଧବାର ସକାଳେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ପଞ୍ଜାବର ଫରିଦକୋଟରେ ସର୍ବନିମ୍ନ ତାପମାତ୍ରା ୨.୫ ଡିଗ୍ରୀ, ଅମୃତସର ତାପମାତ୍ରା ୩.୬ ଡିଗ୍ରୀ, ଲୁଧିଆନାର ୪ ଡିଗ୍ରୀ ଏବଂ ପଟିଆଲାରେ ତାପମାତ୍ରା ୫.୬ ଡିଗ୍ରୀ ସେଲସିୟ ରେକର୍ଡ କରାଯାଇଛି। ହରିୟାଣାର ନାରନୌଲର ସର୍ବନିମ୍ନ ତାପମାତ୍ରା ୨.୩ ଡିଗ୍ରୀ, କର୍ଣ୍ଣାଲ ତାପମାତ୍ରା ୫ ଡିଗ୍ରୀ, ରୋହତକର ତାପମାତ୍ରା ୪.୬ ଡିଗ୍ରୀ ଏବଂ ସିରସାର ତାପମାତ୍ରା ୫.୪ ଡିଗ୍ରୀ ରେକର୍ଡ କରାଯାଇଛି। କାଶ୍ମୀର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୧ ଠାରୁ ତଳେ ରହିଛି।

Leave A Reply