ଜାଡ଼ ପଞ୍ଝାରେ ଉତ୍ତର ଭାରତ

0

ନୂଆଦିଲ୍ଲୀ: ପ୍ରବଳ ଶୀତରେ ଥରୁଛି ଉତ୍ତର ଭାରତ। ବିଶେଷକରି ଜାମ୍ମୁକାଶ୍ମୀରର ଅବସ୍ଥା ଦୁର୍ବିସହ ହୋଇପଡ଼ିଛି। ଲଦାଖ୍‍ ଅଞ୍ଚଳରେ ତାପମାତ୍ରା ରେକର୍ଡ ସ୍ତରକୁ ହ୍ରାସ ପାଇଛି।
ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ଖବର ମୁତାବକ ଶ୍ରୀନଗରର ତାପମାତ୍ରା ବିଯୁକ୍ତ ୭.୨ ଡିଗ୍ରୀକୁ ଖସି ଆସିଛି। ପହଲଗାମ୍‍ରେ ତାପମାତ୍ରା ବିଯୁକ୍ତ ୮.୩ ଡିଗ୍ରୀ ସେଲ୍‍ସିୟସ୍‍କୁ ଖସି ଆସିଥିବା ବେଳେ ଗୁଲମାର୍ଗରେ ବିଯୁକ୍ତ ୭ ଡିଗ୍ରୀକୁ ଖସି ଆସିଛି। ସବୁଠାରୁ ଦୟନୀୟ ସ୍ଥିତି ସୃଷ୍ଟି ହୋଇଛି ଡ୍ରାସ ସେକ୍ଟରରେ। ଡ୍ରାସରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୨୧.୧ ଡିଗ୍ରୀ ସେଲ୍‍ସିୟସ୍‍କୁ ଓ ସର୍ବୋଚ୍ଚ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍‍କୁ ହ୍ରାସ ପାଇଛି। ଲେହରେ ତାପାମାତ୍ରା ବିଯୁକ୍ତ ୧୭.୫ ଡିଗ୍ରୀ ଓ କାର୍ଗିଲ୍‍ରେ ବିଯୁକ୍ତ ୧୬.୭ ଡିଗ୍ରୀ, ଜାମ୍ମୁରେ ବିଯୁକ୍ତ ୩.୧ ଡିଗ୍ରୀ, କାତ୍ରାରେ ବିଯୁକ୍ତ ୪ ଡିଗ୍ରୀ, ବାନିହାଲ୍‍ରେ ବିଯୁକ୍ତ ୩.୭ ଡିଗ୍ରୀ, ଭାଦେରୱାହରେ ବିଯୁକ୍ତ ୧.୫ ଡିଗୀ ବାଟୋଟେରେ ବିଯୁକ୍ତ ୧ ଡିଗ୍ରୀକୁ ଖସି ଆସିଛି।

Leave A Reply