ଘଡ଼ି ସମୟକୁ ଏକ୍‌ କଲେ ଉତ୍ତର ଓ ଦକ୍ଷିଣ କୋରିଆ

0

ସିଓଲ : ଉତ୍ତର ଓ ଦକ୍ଷିଣ କୋରିଆ ସମ୍ପର୍କ ସୁଧିରିବାରେ ଲାଗିଛି । ଏହି ସମ୍ପର୍କକୁ ଅଧିକ ମଜଭୁତ କରିବା ପାଇଁ ଉଭୟ ଦେଶ ନିଜର ସମୟ ଜୋନ୍‌କୁ ଏକ କରିଦେଇଛନ୍ତି । ଉତ୍ତର କୋରିଆ ନିଜ ସମୟ ଜୋନ୍‌କୁ ଅଧା ଘଣ୍ଟା ଆଗକୁ ବଢାଇ ଦକ୍ଷିଣ କୋରିଆ ସମୟ ସହ ସମାନ କରିଛି । ଉତ୍ତର କୋରିଆ ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି । ଗତ ସପ୍ତାହରେ ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ଶିଖର ବୈଠକ ପରେ ଉତ୍ତର କୋରିଆ ଏହି ପଦକ୍ଷେପ ନେଇଛି । ଉତ୍ତର କୋରିଆ ସରକାରୀ ଗଣମାଧ୍ୟମ କେସିଏନ୍‌ଏ ଅନୁସାରେ ଐତିହାସିକ ଶିଖର ବୈଠକ ପରେ ଦୁଇ ଦେଶର ପୁନଃ ମିଳନ ପାଇଁ ପ୍ରଥମ ପଦକ୍ଷେପ ଭାବେ ସମୟର ପୁନଃ ନିର୍ଦ୍ଧାରଣ କରାଯାଇଛି । ଉଲ୍ଲେଖ ଯେ ୨୦୧୫ରେ ଉଭୟ ରାଷ୍ଟ୍ରର ସମୟ ଜୋନ ଅଲଗା ହୋଇଯାଇଥିଲା । ସେହି ସମୟରେ ଉତ୍ତର କୋରିଆ ନିଜ ସମୟକୁ ଦକ୍ଷିଣ କୋରିଆଠାରୁ ଅଧ ଘଣ୍ଟା ଆଗୁଆ କରିଦେଇଥିଲା । ଫଳରେ ଉତ୍ତର କୋରିଆ ସମୟ ଜୋନ୍‌ ଦକ୍ଷିଣ କୋରିଆ ସମୟ ଜୋନଠାରୁ ଅଧ ଘଣ୍ଟା ଆଗୁଆ ରହିଥିଲା । ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ସାକ୍ଷାତକାର ପରେ ଏବେ ସମୟ ଜୋନ୍‌ ଏକ ହୋଇଛି ।

Leave A Reply