୯.୩୦ରେ ଖୋଲିବ ୫ରେ ବନ୍ଦ, ନିୟମିତ ହେବ ବ୍ୟାଙ୍କ ସେବା

ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରରୁ ଏଣିକି ବ୍ୟାଙ୍କସେବା ନିୟମିତ କରିବା ପାଇଁ ସବୁ ଜିଲାପାଳ ଏବଂ ସବୁ ବ୍ୟାଙ୍କମୁଖ୍ୟଙ୍କୁ ନିର୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ସୋମବାର ଅର୍ଥ ବିଭାଗ ନିର୍ଦେଶକ ଡ଼.ପ୍ରଜ୍ଞାସ୍ମିତା ସାହୁ ସବୁ ଜିଲାପାଳ, ଆରକ୍ଷୀ ଅଧିକ୍ଷକ, କଟକ, ଭୁବନେଶ୍ବର ଡିସିପି , ରାଜ୍ୟ ବ୍ୟାଙ୍କର୍ସ କମିଟି ଆବାହକଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଡ଼.ସାହୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଚଳିତ ମାସ ୩୧ ତାରିଖ ପର୍ୟ୍ୟନ୍ତ ସବୁ ବ୍ୟାଙ୍କ, ଡାକ ଓ ବୀମା ସଂସ୍ଥା ନିୟମିତ ଭାବେ ଚାଲୁ ରହିବ। ପୂର୍ବରୁ ଯେଭଳି ପୂର୍ବାହ୍ନ ସାଢେ ୯ଟାରେ ଖୋଲି ଅପରାହ୍ନ ୫ ଟା ରେ ବନ୍ଦ ରହୁଥିଲା ଠିକ ସେହିପରି କାର୍ୟ୍ୟ ଦିବସରେ ଖୋଲା ରହିବ।

ତେବେ ବ୍ୟାଙ୍କ, ବୀମା କମ୍ପାନୀ ଓ ଡାକ କାର୍ୟ୍ୟାଳୟଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସେବା ଯୋଗାଇବେ। କ୍ଲିୟରିଂ ହାଉସ, ସେବି, ସବୁ ବୀମା କମ୍ପାନୀ ଗୁଡିକ ସେବା ପ୍ରଦାନ ବେଳେ ସରକାରଙ୍କ କୋଭିଡ଼ ମାର୍ଗ ଦର୍ଶିକା ପାଳନକରିବା ବାଧ୍ୟତା ମୂଳକ। ସେହି ସମୟରେ ବ୍ୟାଙ୍କ ବିଶୋଧନ କରିବା ସହ କର୍ମଚାରୀ ମାନେ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ବଜାୟ ରଖିେବ। ପ୍ରତ୍ୟେକ ଏଟିଏମ୍ ଗୁଡିକରେ ଯେ ଭଳି ଟଙ୍କା ମହଜୁଦ ରହିବ ସେ ଦିଗରେ ଏଟିଏମ ପରିଚାଳନା ସଂସ୍ଥା ଗୁଡିକ ଧ୍ୟାନ ଦେବେ। ଡାକ କର୍ମଚାରୀମାନେ ବରିଷ୍ଠନାଗରିକଙ୍କ ଘରକୁ ଯାଇ ଡାକ ସେବା େଯାଗାଇବେ। ସେହିପରି ବ୍ୟାଙ୍କ କର୍ମଚାରୀ ମଧ୍ୟ ବରିଷ୍ଠ ନାଗରିକଙ୍କୁ ତାଙ୍କ ଘରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବେ। ଆବଶ୍ୟକ ପଡିଲେ ବରିଷ୍ଠ ନାଗରିକମାନେ ଯଦି ଫୋନ କଲ କରନ୍ତି ତେବେ ବ୍ୟାଙ୍କ କର୍ମଚାରୀମାନେ ତାଙ୍କ ଘରେ ନେଇ ଟଙ୍କା ଦେବେ। ତେବେ ଏହି ସମୟରେ ଯେଭଳି କୋଭିଡ ନିୟମ ପାଳନରେ ବ୍ୟତିକ୍ରମ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବେ। ପ୍ରତ୍ୟେକ ବ୍ୟାଙ୍କ, ବୀମା କମ୍ପାନୀ ଓ ଡ଼ାକ କାର୍ୟ୍ୟାଳୟ ନିୟମିତ ଭାବେ କାର୍ୟ୍ୟାଳୟ ପରିସରକୁ ସାନିଟାଇଜ କରିବେ। ଅନ୍ୟପକ୍ଷରେ ଜିଲା ପ୍ରଶାସନ ବ୍ୟାଙ୍କିଙ୍ଗ ସେବା େଯଭଳି ଠିକଣା ଭାବେର ଲୋକଙ୍କ ନିକଟତର ହେବ ତାହାକୁ ତଦାରଖ କରିବା ସହିତ କୋଭିଡ ନିୟମ ପାଳନ ଦିଗରେ ଦୃଷ୍ଟି ଦେବାକୁ ଶ୍ରୀମତି ସାହୁ ପତ୍ରରେ ଦର୍ଶାଇଛନ୍ତି।

Comments are closed.