ଆପଣ ଅତ୍ୟଧିକ ଆମିଷ ଖାଉଛନ୍ତି କି ??

0

ପଶୁଙ୍କ ଶରୀରରେ ଥିବା ବ୍ୟାକ୍ଟେରିଆ ବ୍ୟକ୍ତି ସେବନ କରୁଥିବା ଔଷଧର କାର୍ଯ୍ୟ ଦକ୍ଷତା ହ୍ରାସ କରିଥାଏ। ବିଶେଷ କରି ଛେଳି, କୁକୁଡାରେ ଥିବା ବ୍ୟାକ୍ଟେରିଆ ମନୁଷ୍ୟ ସେବନ କରୁଥିବା ଆଣ୍ଟିବାୟୋଟିକ ଔଷଧର କ୍ଷମତାକୁ ଦୁର୍ବଳ କରିଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି।

ମଟନ କିମ୍ବା ଚିକେନ ସେବନ କରୁଥିବା ବ୍ୟକ୍ତିଙ୍କ ନିକଟକୁ ପହଞ୍ଚୁଥିବା ବ୍ୟାକ୍ଟେରିଆ ଆଣ୍ଟିବାୟୋଟିକ ପ୍ରତି ପ୍ରତିରୋଧକ ହୋଇଥାଏ। ଏଥି ଯୋଗୁଁ ଆମିଷ ଖାଉଥିବା ବ୍ୟକ୍ତିଙ୍କ ଔଷଧକୁ ପ୍ରଭାବହୀନ କରିଥାଏ। ବ୍ୟାକ୍ଟେରିଆ କ୍ଷତିକାରକ ହୋଇଥାଏ। ପଶୁ ମାଂସ ଖାଉଥିବା ବ୍ୟକ୍ତିଙ୍କ ପାକସ୍ଥଳୀ ଉପରେ ଖରାପ ପ୍ରଭାବ ପଡିଥାଏ। ରୋଗୀ ହୋଇଥିଲେ ସେମାନେ ଔଷଧ ସେବନ କରୁଥିଲେ ଭୁଲରେ​‌ ଆମିଷ ସେବନ କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଔଷଧର କୌଣସି ଲାଭ ମିଳି ନ ଥାଏ। ଏହାସହ ରୋଗ ଅଧିକ ବଢିଯାଇଥାଏ।

Pic courtesy : Zarpar.in

ତେଣୁ ଅଧିକ ଆମିଷ ଖାଇବାରୁ ନିଜକୁ ନିବୃତ୍ତ ରଖନ୍ତୁ। ଯଦି ଆପଣ ଆମିଷ ପ୍ରିୟ ତେବେ ଏହି ଉପାୟ ଅବଲମ୍ବନ କରିପାରିବେ।

ଆମିଷ ଖାଇବା ସହ ଫଳର ସାଲାଡ ଅଧିକ ପରିମାଣରେ ଖାଆନ୍ତୁ।

ଏହାସହ ଫାଇବର ଯୁକ୍ତ ପରିବା ଓ ଫଳ ସେବନ କରନ୍ତୁ।

କେବଳ ଘରେ ରୋଷେଇ କରି ପ୍ରସ୍ତୁତ କରାଯାଇଥିବା ଆମିଷର ସେବନ କରନ୍ତୁ।

ମାଂସ ଭଲ ଭାବେ ସିଝା ହୋଇଥିଲେ ଖାଇବା ଉଚିତ।

 

 

 

Leave A Reply