ଜୁଲାଇ ୧ ଯାଏଁ ୟୁନିଟ୍‍ -୪ ଓ ବାପୁଜୀ ନଗରରେ ଥିବା ସମସ୍ତ ଆମିଷ ମାର୍କେଟ ସିଲ୍‍

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାରରୁ ଅଧିକ ବୃଦ୍ଧି ପାଉଛି। ଏହାସହ ରାଜ୍ୟର କିଛି ଜିଲାରେ ସଂକ୍ରମଣ ତଳ ମୁହାଁ ହେଉ ନାହିଁ। କରୋନା ମହାମାରୀ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୟୁନିଟ୍‍ -୪ ଓ ବାପୁଜୀ ନଗରରେ ଥିବା ସମସ୍ତ ଆମିଷ ମାର୍କେଟକୁ ସିଲ୍‍ କରାଯାଇଛି। ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହି ଆମିଷ ମାର୍କେଟ ସିଲ୍‍ ରହିବ। ଏନେଇ ଗତକାଲି ବିଏମସି ପକ୍ଷରୁ ବିଧିବଦ୍ଧ ନୋଟିସ ଜାରି କରାଯାଇଛି।
ସୂଚନା ଯୋଗ୍ୟ ; କୋଭିଡ ଗାଇଡ ଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ଜୁନ ୧୮ରୁ ଜୁନ ୨୫ ପର୍ଯ୍ୟନ୍ତ ଏହି ମାର୍କେଟକୁ ସିଲ୍‍ କରାଯାଇଥିଲା। ଏବେ ପୁଣି ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜୁଲାଇ ୧ ପର୍ଯ୍ୟନ୍ତ ଏହି ଆମିଷ ମାର୍କେଟ ବନ୍ଦ ରହିବ।

Comments are closed.