ଇନ୍ଦ୍ରଙ୍କ ବରଦାନ, ଅନବରତ ପାଣି ଦେଉଛି ବୋରିଂ ପାଇପ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ଛତିଆ ଗ୍ରାମର ବଡାମ ସାହିରେ ଖୋଳାଯାଇଥିବା ବୋରିଂ ପାଇପରୁ ଅନବରତ ପାଣି ବାହାରୁଥିବାରୁ ଏହା ସାହିବାସୀଙ୍କ ପାଇଁ ଇନ୍ଦ୍ରଙ୍କ ବରଦାନ ବୋଲି କୁହାଯାଉଛି । ବିନା ନଳକୂପ ହ୍ୟାଣ୍ଡେଲ ଅଥବା ବିନା ବିଜୁଳି ମୋଟରରେ ଅନବରତ ସ୍ଵଛ ପାନୀୟ ଜଳ ସଂଗ୍ରହ ପାଇଁ ସାହିବାସୀ ଏଠାରେ ଏକ ପାଇପ ଲଗାଇ ବିନା ଅର୍ଥ ବିନା ଶ୍ରମରେ ପାଣି ସଂଗ୍ରହ କରୁଛନ୍ତି । ଢେଙ୍କିକୋଟ ଅଞ୍ଚଳରେ ୫ ଶହରୁ ହଜାରେ ଫୁଟ ବୋରିଂ କରି ବିଫଳ ହେଉଥିବା ଦେଖା ଯାଉଥିବା ବେଳେ ଏହି ବୋରିଂ ପାଇପ ଅଞ୍ଚଳରେ ନୂଆ ଅଧ୍ୟାୟ ଖୋଲିଛି ।

Comments are closed.