ନନ୍‌ ଷ୍ଟିକ୍ ବାସନକୁ ସଠିକ ଭାବେ ରଖିବାର ଉପାୟ

ଆଜିକାଲି ସମସ୍ତେ ଘରେ ରୋଷେଇ କରିବା ପାଇଁ ନନ୍‌ ଷ୍ଟିକ୍‌  ବାସନର ବ୍ୟବହାର କରୁଛନ୍ତି। ଏଥିରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ କମ ତେଲର ବ୍ୟବହାର ହୋଇଥା। ଏହାକୁ ଭଲ ଭାବେ ସମ୍ଭାଳି ରଖିବା ଅତ୍ୟନ୍ତ ଆବଶ୍ୟକ। ଏହି ବାସନକୁ ଠିକ ଭାବେ ନ ରଖିବା ଦ୍ବାରା ତାହା ଶୀଘ୍ର ଖରାପ ହୋଇ ନଷ୍ଟ ହୋଇଯାଇଥାଏ। ତେଣୁ ଆସନ୍ତୁ ଜାଣିବା କିପରି ଭାବେ ନନ୍‌ ଷ୍ଟିକ୍ ବାସନକୁ ସଠିକ ଭାବେ ରଖିବା  ..

ନନ୍‌ ଷ୍ଟିକ୍ ବାସନରେ କେମିକାଲର ପ୍ରଲେପ ଦିଆଯାଇଥାଏ। ଏହାକୁ ଠିକ ଭାବେ ନ ରଖିବା ଦ୍ବାରା ବାସନ ଉପରେ ଘର୍ଷଣର ଦାଗ ପଡିଯାଏ। ଏହାଦ୍ବାରା କେମିକାଲର ପ୍ରଲେପ ବାହାରି ଯାଇଥାଏ।

ନନ୍‌ ଷ୍ଟିକ୍ ବାସନକୁ ଅନ୍ୟ ବାସନ ସହ ଧୋଇବା ପାଇଁ ରଖନ୍ତୁ ନାହିଁ।

ଏହାକୁ ସଫା କରିବା ପାଇଁ ଭଲ ସାବୁନ ବ୍ୟବହାର କରନ୍ତୁ। ଏହାକୁ ଟାଣ ସ୍କ୍ରବରରେ ଜୋରରେ ଘଷି ସଫା କରନ୍ତୁ ନାହିଁ। କେମିକାଲ ଯୁକ୍ତ ସାବୁନରେ ଏହାକୁ ଧୁଅନ୍ତୁ ନାହିଁ।

ନନ୍‌ ଷ୍ଟିକ୍ ବାସନକୁ ଅଧିକ ସମୟ ପର୍ଯ୍ୟନ୍ତ ପାଣିରେ ପକାଇ ରଖନ୍ତୁ ନାହିଁ।

ନନ୍‌ ଷ୍ଟିକ୍ ବାସନକୁ ଧୋଇବା ପରେ ତାହାକୁ ସଫା କପଡାରେ ପୋଛି ଦିଅନ୍ତୁ।

 

Comments are closed.