ବେ​‌ରୋଜଗାରୀ ରିପୋର୍ଟକୁ ନେଇ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ

0

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବା ବେଳେ ଦେଶରେ ବେରୋଜଗାରୀ ସଂଖ୍ୟା ସମ୍ବନ୍ଧୀୟ ରାଷ୍ଟ୍ରୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ)ର ଏକ ରିପୋର୍ଟକୁ ନେଇ ଏବେ ରାଜନୈତିକ ବିତର୍କ ଯୋରଦାର ହୋଇଛି। ବିରୋଧୀ ଦଳ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗକୁ ନେଇ ଗୁରୁବାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରତିବର୍ଷ ୨ କୋଟି ଚାକିରି ଯୋଗାଇ ଦେବା ଲାଗି ୨୦୧୪ରେ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ମୋଦୀ ପୂରଣ କରି ନାହାନ୍ତି। ତେବେ ରିପୋର୍ଟଟି ଗଣମାଧ୍ୟମରେ ପ୍ରଘଟ ହେବା ପରେ ରାହୁଲ ନାଜି ନେତା ଆଡଲ୍ଫ ହିଟଲରଙ୍କ ପାଇଁ ବ୍ୟବହାର କରାଯାଉଥିବ ଶବ୍ଦ ‘ଫୁହରର’ ଉଲ୍ଲେଖ କରି ଏକ ଟ୍ବିଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଫୁହରର ବାର୍ଷିକ ୨ କୋଟି ନିଯୁକ୍ତି ସୁଯୋଗ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୫ ବର୍ଷ ପରେ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ବନ୍ଧୀୟ ତାଙ୍କ ରିପୋର୍ଟକାର୍ଡ ଏକ ଜାତୀୟ ବିପର୍ଯ୍ୟୟକୁ ପଦାରେ ପକାଇଛି।

Leave A Reply