ନୋକିଆ ୨.୩ରେ ମିଳିବ ହଜାରେ ଟଙ୍କାର ରିଆତି

ନୂଆଦିଲ୍ଲୀ : ଗତବର୍ଷ ଡ଼ିସେମ୍ବରରେ ଲଞ୍ଚ ହୋଇଥିବା ନୋକିଆ ୨.୩ରେ ହଜାରେ ଟଙ୍କାର ରିଆତି ଦେବାପାଇଁ କମ୍ପାନୀ ନିଷ୍ପତ୍ତି ନେଇଛି। ପ୍ରଥମେ ୮ହଜାର ୧୯୯ଟଙ୍କା ମୂଲ୍ୟରେ ବଜାର ପ୍ରବେଶ କରିଥିବା ଏହି ଫୋନକୁ କମ୍ପାନୀ ହଜାରେ ଟଙ୍କା ରିଆତି ପରେ ଏହାର ମୂଲ୍ୟ ୭ହଜାର ୧୯୯ଟଙ୍କା ହୋଇଯାଇଛି।
ଏହି ଫୋନରେ ଡ଼ୁଆଲ ସିମ ସପୋର୍ଟ ସହିତ ଷ୍ଟକ୍ ଆଣ୍ଡ୍ରଏଡ ପାଇ ୯.୦ଦିଆଯାଇଛି। ସେହଭଳି ଫୋନରେ ଆଣ୍ଡ୍ରଏଡ ୧୦ର ମଧ୍ୟ ଅପଡେଟ୍ ମିଳିବ। ଫୋନରେ ୬.୨ଇଞ୍ଚର ଏଚଡି ପ୍ଲସ ଡ଼ିସପ୍ଲେ ରହିଛି। ଫୋନରେ ମିଡ଼ିଆଟେକ୍ ହିଲିଓ ଏ-୨୨ ପ୍ରୋସେସର ଦିଆଯାଇଛି। ଏଥିରେ ୨ଜିବି ରାମ ଏବଂ ୩୨ଜିବି ଷ୍ଟୋରେଜ ମଧ୍ୟ ପାଇପାରିବେ।
ନୋକିଆ ୨.୩ର କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିଅର କ୍ୟାମେରା ସେଟଅପ୍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲର ହୋଇଥିବା ବେଳେ ଅନ୍ୟଟି ୨ମେଗାପିକ୍ସେଲ। ସେହିଭଳି ସେଲଫି ପାଇଁ ଫୋନରେ ଅଫର୍ଚର ଏଫ/୨.୪ସହିତ ୫ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି।
ସଂଯୋଗ ପାଇଁ ଫୋନରେ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ୫.୦, ଜିପିଏସ୍, ମାଇକ୍ରୋ ୟୁଏସବି ଏବଂ ୩.୫ଏମ୍ଏମର ହେଡଫୋନ ଜ୍ୟାକ୍ ରହିଛି। ଏଥିରେ ୪ହଜାର ଏମଏଚର ବ୍ୟାଟେରି ଦିଆଯାଇଛି। ଯେଉଁଥିରେ ୫ୱାଟର ଚାର୍ଜର ରହିଛି।

Comments are closed.