ନୋଏଡା: ୧୪ ମହଲାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ନୋଏଡା: ନୋଏଡାର ସେକ୍ଟର-୭୫ ସ୍ଥିତ ଏପେକ୍ସ ଏଥେନା ସୋସାଇଟିରେ ଏକ ଫ୍ଲାଟରେ ଶୁକ୍ରବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫ୍ଲାଟର ୧୪ତମ ମହଲାରେ ନିଆଁ ଲାଗିଛି। ସୂଚନା ପାଇଁ ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁ ଲାଗିବା ସମୟରେ ଲୋକମାନେ ଶୋଇଥିବାରୁ ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡିଥିଲା। ଫ୍ଲାଟରେ ଥିବା ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଜଳି ପାଉଁଶ ହୋଇ ଯାଇଥିବା ବେଳେ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

Comments are closed.