କବୟତ୍ରୀ ଲୁଇସ୍‌ ଗ୍ଲୁକ୍‌ଙ୍କୁ ସାହିତ୍ୟରେ ନୋବେଲ୍‌ ପୁରସ୍କାର

ଗୁୁରୁବାର ସାହିତ୍ୟ କ୍ଷେତ୍ର ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ଆମେରିକୀୟ କବୟତ୍ରୀ ଲୁଇସ୍‌ ଗ୍ଲୁକ୍‌ ଚଳିତ ବର୍ଷ ସାହିତ୍ୟ(ଲିଟେରେଚର୍‌) ପାଇଁ ନୋବେଲ୍‌ ପୁରସ୍କାର ପାଇବେ ବୋଲି ଘୋଷଣା କରାଯାଇଛି। ‘for her unmistakable poetic voice that with austere beauty makes individual existence universal’ ପାଇଁ ସେ ବିଶ୍ୱ ସାହିତ୍ୟର ଏହି ସମ୍ମାନଜନକ ନୋବେଲ୍‌ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।
ଆମେରିକାର ପ୍ରସିଦ୍ଧ କବିତା ଏବଂ ପ୍ରାବନ୍ଧିକ ଲୁଇସ ଗ୍ଲୁକ୍ ୧୯୪୩ରେ ଜନ୍ମ ହୋଇଥିବାବେଳେ ଏବେ ସେ ୟାଲେ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି । ୧୯୬୮ ମସିହାରେ ଫାଷ୍ଟବର୍ନ ପୁସ୍ତକ ମାଧ୍ୟମରେ ସେ ନିଜର ସାହିତ୍ୟ ସାଧନା ଆରମ୍ଭ କରିଥିଲେ। ନୋବେଲ ପୁରସ୍କାର ପୂର୍ବରୁ ୧୯୯୩ରେ ସମ୍ମାନଜନକ ପୁଲିଜର ପୁସ୍ତକ ମଧ୍ୟ ସେ ପାଇସାରିଛନ୍ତି । ଏହା ପରେ ଗତ ୨୦୧୪ରେ ସେ ସମ୍ମାନଜନକ ନ୍ୟାସନାଲ ବୁକ୍ ଆୱାର୍ଡ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲୁଇସ୍‌ ଗ୍ଲୁକ୍‌ଙ୍କ ୧୨ଟି କବିତା ସଙ୍କଳନ ସହ କେତେକ ପ୍ରବନ୍ଧାତ୍ମକ ରଚନାବଳୀ ପ୍ରକାଶ ପାଇଛି ।
The Triumph of Achilles (1985) and Ararat (1990) ବହି ତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ପ୍ରସିଦ୍ଧି ଆଣିଦେଇଥିଲା । ସେହିପରି “Snowdrops” କବିତା ସଙ୍କଳନ ଶୀତଦିନ ଉପରେ ଲେଖାଯାଇଥିବା ତାଙ୍କର ଆଉ ଏକ ଅନବଦ୍ୟ କୃତି ବୋଲି କୁହାଯାଇଥାଏ ।

Comments are closed.