୨୦୧୮ ଓ ୨୦୧୯ ବର୍ଷ ପାଇଁ ସାହିତ୍ୟ ନୋବେଲ ଘୋଷିତ

ଜେନେଭା : ୨୦୧୮ ଓ ୨୦୧୯ ବର୍ଷ  ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ନୋବେଲ କମିଟି ଦ୍ବାରା ଗୁରୁବାର ଏହି ସୂଚନା ଦିଆଯାଇଛି।  ୨୦୧୮ ବର୍ଷ ପାଇଁ ପୋଲାଣ୍ଡର ଲେଖିକା ଓଲଗା ଟୋକାର୍ଜଗ ଏବଂ ୨୦୧୯ବର୍ଷ ପାଇଁ ଅଷ୍ଟ୍ରିଆର ପିଟର ହାଣ୍ଡକେଙ୍କୁ ସାହିତ୍ୟ କ୍ଷେତ୍ରରେ  ଏହି ଖ୍ୟାତି ସମ୍ପନ୍ନ ନୋବେଲ ପୁରସ୍କାର ପ୍ରଦାନ କରାଯିବ।

୧୯୬୨ରେ ପୋଲାଣ୍ଡରେ ଜନ୍ମିତ ଔପନ୍ୟାସିକ ଓଲଗା ଟୋକାର୍ଜଗଙ୍କର ପ୍ରଥମ ଉପନ୍ୟାସ ‘ଦ ଜର୍ଣ୍ଣି ଅଫଦ ବୁକ୍ ପିପୁଲ’ ୧୯୯୩ରେ ପ୍ରକାଶ ପାଇଥିଲା । ୨୦୧୪ରେ ତାଙ୍କ ଲିଖିତ ଐତିହାସିକ ଉପନ୍ୟାସ ‘ଦି ବୁକ୍ ଅଫ ଜ୍ୟାକବ’ରେ ମଣିଷର ବୁଝିବା ଶକ୍ତିର ବାହାରେଥିବା ଅଦ୍ଭୁତ ଶକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି । ସେହିପରି ୧୯୪୨ରେ ଦକ୍ଷିଣ ଅଷ୍ଟ୍ରିଆରେ ଜନ୍ମ ଗ୍ରହଣ କରିଥିବା ଲେଖକ ପିଟର ହାଣ୍ଡକେ ୧୯୬୬ରେ ତାଙ୍କ ଉପନ୍ୟାସ ‘ଡାଏ ହର୍ଣ୍ଣିସେନ’ରୁ ଲେଖକୀୟ ଜୀବନ ଆରମ୍ଭ କରିଥିଲେ ।

ସାହିତ୍ୟ କ୍ଷେତ୍ରରେ ଏହି ପୁରସ୍କାର ୧୯୦୧ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୧୪ଜଣଙ୍କୁ ମିଳି ସାରିଛି କିନ୍ତୁ ୨୦୧୮ ମସିହାରେ ଯୌନ ନିର୍ଯ୍ୟାତନା ଏବଂ ପଦବୀର ଅପବ୍ୟବହାର ଆଭିଯୋଗ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ବନ୍ଦ କରାଯାଇଥିଲା ।  ଏଥିପାଇଁ ଗଠିତ କମିଟିର ଉଚ୍ଚପଦସ୍ଥ ଲୋକଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା । ଏହାପରେ ଏକାଡେମୀର କମିଟି ପୁନଃଗଠିତ ହୋଇଥିଲା । ଆଲଫ୍ରେଡ୍ ନୋବେଲଙ୍କ ନାମ ଅନୁଯାୟୀ ଦିଆଯାଉଥିବା ୫ଟି ସମ୍ମାନ ମଧ୍ୟରୁ ସାହିତ୍ୟ ଅନ୍ୟତମ ।

 

 

 

Comments are closed.