ଆମେରିକୀୟ କବି ଲୁଇସ ଗ୍ଲୁଙ୍କୁ ସାହିତ୍ୟରେ ନୋବେଲ

ଆମେରିକୀୟ କବି ଲୁଇସ ଗ୍ଲୁ ୨୦୨୦ ବର୍ଷ ପାଇଁ ସାହିତ୍ୟରେ ପାଇବେ ନୋବେଲ ପୁରସ୍କାର ।  ଲୁଇସ୍ ୟେଲ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସର। ସେ ୧୯୪୩ରେ ମସିହାରେ ନ୍ୟୁୟର୍କରେ ଜନ୍ମଗ୍ରହଣ କରିଥିଲେ ।


ଲୁଇସ୍ ଗ୍ଲୁଙ୍କର ବାରଟି କବିତା ସଂକଳନ  ପ୍ରକାଶିତ ହୋଇଛି |  ସ୍ୱପ୍ନ ଏବଂ ଭ୍ରମ ମଧ୍ୟରେ ରହିଥିବା ପାର୍ଥକ୍ୟ ତାଙ୍କ କବିତାରେ ଅନୁରଣୀତ ।  ଭ୍ରମର ମୁକାବିଲା କରିବା କଷ୍ଟକର ନୁହେଁ ବୋଲି ମଧ୍ୟ ବାର୍ତା ଦେବାକୁ ଲୁଇସ ପ୍ରାୟ ଅଧିକାଂଶ କବିତାରେ ଚେଷ୍ଟା କରିଛନ୍ତି ।  ଦି ଟ୍ରାଇମ୍ଫ୍ ଅଫ୍ ଆକିଲିସ୍ (୧୯୮୫),ଆରାର୍ଟ (୧୯୯୦) ତାଙ୍କର ଆଉ ଦୁଇଟି ଉଲ୍ଲେଖନୀୟ କବିତା ସଂଗ୍ରହ ।

ବିବାଦ କାରଣରୁ ୨ବର୍ଷ ପରେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା | ୨୦୧୍୮​‌​ରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ସାହିତ୍ୟରେ ନୋବେଲ ପୁରସ୍କାରକୁ ସ୍ଥଗିତ ରଖାଯାଇଥିଲା । ସ୍ବିଡ଼େନ ଏକାଡ଼େମୀ ଜୁରୀ ସଦସ୍ୟ  ଓ ଫ୍ରାନ୍ସର ଜଣେ ଫଟୋଗ୍ରାଫର ଜେନ୍ କ୍ଲୋଡ଼ ଆର୍ନାଲ୍ଟପଙ୍କ ଯୌନ ସମ୍ପର୍କ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା । ୧୯୦୧ ମସିହାରୁ ନୋବେଲ ପୁରସ୍କାର ପ୍ରଚଳନ ଆରମ୍ଭ ହୋଇଥିଲା । ୧୧୯ ବର୍ଷର ଇତିହାସରେ ସାହିତ୍ୟରେ ନୋବେଲ ପୁରସ୍କାରକୁ ୨ଥର ସ୍ଥଗିତ ରଖାଯାଇଛି । ଏହାପୂର୍ବରୁ ୧୯୪୩ ମସିହାରେ ଦ୍ବିତୀୟ ବିଶ୍ଵଯୁଦ୍ଧ ଲାଗି ନୋବେଲ ପୁରସ୍କାର ପ୍ରଦାନ ସ୍ଥଗିତ ରହିଥିଲା ।

Comments are closed.