ଏଥର ୨ଜଣ ମହିଳା ବୈଜ୍ଞାନିକ ପାଇବେ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର

ଷ୍ଟକହୋମ: ଆଜି ରସାୟନ ବିଜ୍ଞାନ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ଏଥର ୨ ମହିଳା ବୈଜ୍ଞାନିକ ଇମାନୁଏଲ୍‌ ଚାର୍ପେଣ୍ଟର ଏବଂ ଜେନିଫର ଏ. ଦୌଡ଼ନାଙ୍କୁ ମିଳିବ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର। ଜିନ୍‌ ଏଡିଟିଂ ମେଥଡ୍‌ ନେଇ ଉଭୟଙ୍କୁ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନ ଦିଆଯାଇଛି।
ଆଜି ରସାୟନ ବିଜ୍ଞାନରେ ୨୦୨୦ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜିନୋମ୍ ଏଡିଟିଂ ପାଇଁ ଏକ ପଦ୍ଧତିର ବିକାଶ ଲାଗି ଚଳିତ ଥରଇମାନୁଏଲ୍‌ ଚାର୍ପେଣ୍ଟର ଏବଂ ଜେନିଫର ଏ. ଦୌଡ଼ନାଙ୍କୁ ନୋବେଲ୍‌ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ଜରିଆରେ ସେହି କାର୍ଯ୍ୟକୁ ସମ୍ମାନିତ କରାଯାଉଛି, ଯାହାର ବର୍ତ୍ତମାନ ସମୟରେ ଅଧିକ ଉପଯୋଗ ହେଉଛି ବୋଲି ନୋବେଲ୍‌ ପୁରସ୍କାର କମିଟି ପକ୍ଷରୁ କୁହାଯାଇଛି।
ବୁଧବାର ଷ୍ଟକହୋମରେ ସ୍ବିଡିଶ ଏକାଡେମୀ ଅଫ ସାଇସେନ୍ସର କମିଟି ବିଜେତାଙ୍କ ନାମ ଘୋଷଣା କରିଛନ୍ତି। ଗତଥର ରସାୟନ ବିଜ୍ଞାନରେ ଲିଥିୟ-ଆୟନ ବ୍ୟାଟେରୀ ତିଆରି କରିଥିବା ବୈଜ୍ଞାନିକ ଜନ ବି ଗୁଡଇନଫ, ଏମ ଷ୍ଟାନଲି ୱିଟିଙ୍ଘମ ଓ ଅକିରା ୟୋସିନଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ଭାବେ ସ୍ବର୍ଣ୍ଣ ପଦକ ଏବଂ ଏକ କୋଟି ସ୍ବିଡିଶ କ୍ରୋନା(ପ୍ରାୟ ୮.୨୦ କୋଟି ଟଙ୍କା) ଦିଆଯାଏ। ଏହି ପୁରସ୍କାର ସ୍ବିଡେନର ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ନାମରେ ଦିଆଯାଇଥାଏ।

Comments are closed.