ରସାୟନ ବିଜ୍ଞାନରେ ନୋବେଲ ଘୋଷଣା

ନ୍ୟୁୟର୍କ : ବର୍ଷ ୨୦୨୧ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି ସମ୍ମାନ ଜର୍ମାନୀର ବେଞ୍ଜାମିନ ଲିଷ୍ଟ ଓ ଆମେରିକାର ଡେଭିଡ୍ ମାକମିଲନଙ୍କୁ ପ୍ରଦାନ କରାଯିବ ବୋଲି ଷ୍ଟକହୋମ ସ୍ଥିତ ନୋବେଲ କମିଟି ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ଆସିମେଟ୍ରିକ ଅର୍ଗାନୋକାଟାଲିସିସ କ୍ଷେତ୍ରରେ ଗବେଷଣା ପାଇଁ ଉଭୟଙ୍କୁ ଏହି ପୁରସ୍କାର ଦିଆଯିବ।

ସୂଚନାଯୋଗ୍ୟ, ଗତକାଲି ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା। ବୈଜ୍ଞାନିକ ସୁକୁରୋ ମାନାବେ, କ୍ଲାଉସ ହାସଲମାନ ଓ ଜର୍ଜିଓ ପାରିସିଙ୍କୁ ମିଳିତ ଭାବରେ ପଦାର୍ଥ ବିଜ୍ଞାନରେ ୨୦୨୧ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଜଟିଳ ଭୌତିକ ପ୍ରଣାଳୀ ସମ୍ପର୍କିତ ଗବେଷଣା ପାଇଁଁ ଉଭୟଙ୍କୁ ଏହି ପୁରସ୍କାର ଦିଆଯିବ।

Comments are closed.