ଚିକିତ୍ସା କ୍ଷେତ୍ରରେ ନୋବେଲ ପାଇବେ ୩ ଜଣ

ସମାଜ ପୋର୍ଟାଲ ଡେସ୍କ: ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା ଆରମ୍ବନ ହୋଇଛି।। ସୋମବାର ନୋବେଲ ପୁରସ୍କାର ପର୍ଯ୍ୟାୟରେ ପ୍ରଥମ ଘୋଷଣା କରାଯାଇଛି। ଚିକିତ୍ସା କ୍ଷେତ୍ରରେ ୩ ଜଣ ବୈଜ୍ଞାନିକଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ଦିଆଯିବାକୁ ଘୋଷଣା କରିଛନ୍ତି ନୋବେଲ କମିଟି। ସେହି ବୈଜ୍ଞାନିକମାନେ ହେଉଛନ୍ତି ୱିଲିୟମ ଜି. କାଏଲିନ୍‌ ଜୁନିଅର, ସାର୍‌ ପିଟର ଜେ ରାଟକ୍ଲିଫ୍‌ ପାଇବେ ଏବଂ ଗ୍ରେଗ୍‌ ଏଲ୍‌. ସେମେଞ୍ଜା।

ଚିକିତ୍ସା କ୍ଷେତ୍ରରେ ନୋବେଲ ପାଇଥିବା ଏହି ତିନି ବୈଜ୍ଞାନିକ ଜୀବକୋଷ କିଭଳି ଅମ୍ଳଜାନ ବ୍ୟବହାର କରି ଶକ୍ତି ସୃଷ୍ଟି କରନ୍ତି ଓ ଅନୁଭବ କରନ୍ତି, ସେ ବିଷୟରେ ଗବେଷଣା କରି ଜାଣି ପାରିଛନ୍ତି।

୧୯୫୭ରେ ଜନ୍ମ ଗ୍ରହଣ କରିଥିବା ବୈଜ୍ଞାନିକ ୱିଲିୟମ ଜି. କାଏଲିନ୍‌ ଜୁନିଅର ସମ୍ପ୍ରତି ହାୱାଡା ହ୍ୟୁଜ ମେଡିକାଲ ପ୍ରତିଷ୍ଠାନରେ ଇନଭେଷ୍ଟିଗେଟର ଭାବେ କାର୍ଯ୍ୟ କରୁଥିବା ବେଳେ ୧୯୫୪ରେ ଜନ୍ମିତ ସାର୍‌ ପିଟର ଜେ ରାଟକ୍ଲିଫ୍‌ ଲଣ୍ଡନ ସ୍ଥିତ ଫ୍ରାନ୍ସିସ କ୍ରିକ ପ୍ରତିଷ୍ଠାନର କ୍ଲିନିକାଲ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଅଛନ୍ତି। ଅନ୍ୟତମ ବୈଜ୍ଞାନିକ ଗ୍ରେଗ୍‌ ଏଲ୍‌. ସେମେଞ୍ଜା ୧୯୫୬ରେ ଜନ୍ମ ଗ୍ରହଣ କରିଛନ୍ତି ଓ ସେ ଏବେ ଜନ୍ସ ହପକିନ୍ସ ପ୍ରତିଷ୍ଠାନର ଭାସ୍କୁଲାର ଗବେଷଣା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ଅନ୍ୟାନ୍ୟ କ୍ଷେତ୍ରରେ ନୋବେଲ ବିଜେତାଙ୍କ ନାଁ ପର୍ଯ୍ୟାୟକ୍ରମେ ଘୋଷଣା କରାଯିବ ବୋଲି ନୋବେଲ କମିଟି କହିଛି। ଅକ୍ଟୋବର ୯ରେ ରସାୟନ ବିଜ୍ଞାନ, ଅକ୍ଟୋବର ୧୦ରେ ସାହିତ୍ୟ, ଅକ୍ଟୋବର ୧୧ରେ ଶାନ୍ତି ଓ ଅକ୍ଟୋବର ୧୪ରେ ଅର୍ଥଶାସ୍ତ୍ର ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯିବ। ନୋବେଲ ପୁରସ୍କାର ବିଜେତାଙ୍କୁ ସାଢେ ଚାରି କୋଟି ଟଙ୍କାର ଆର୍ଥିକ ରାଶି ସହ ୨୩ କ୍ୟାରେଟ ସୁନାରେ ତିଆରି ୨୦୦ ଗ୍ରାମର ପଦକ ଏବଂ ମାନପତ୍ର ପ୍ରଦାନ କରାଯାଇଥାଏ।

Comments are closed.