ନିର୍ବାଚନୀ ଫାଇଦା ପାଇଁ ମୋଦୀ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛନ୍ତି : ମିଳିତ ସଂଗଠନ ମଞ୍ଚ

0

ଭୁବନେଶ୍ୱର : ପୁଲୱାମା ଆତଙ୍କୀବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ଯୁଦ୍ଧ ପରିସ୍ଥିତି ପାଇଁ ମିଳିତ ସଂଗଠନ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଗୁଇନ୍ଦା ତୃଟି ଯୋଗୁଁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ମୋଦୀ ନିର୍ବାଚନୀ ଫାଇଦା ପାଇଁ ଏହାକୁ ପ୍ରସଙ୍ଗ କରି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛନ୍ତି।

ମିଳିତ ସଂଗଠନର ଆବାହକ ନରେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିରୋଧ ପଦର୍ଶନରେ ବାମପନ୍ଥୀ ଓ ଅନାନ୍ୟ ସଂଗଠନ ଏକାଠି ହୋଇଥିଲେ। ସେମାନେ ମିଳିତ ଭାବେ ଶାନ୍ତି କୁ ହଁ, ଓ ଯୁଦ୍ଧକୁ ନାଁ କାର୍ଯ୍ୟକ୍ରମ ଆୟୋଜନ କରିବା ଓ ପଦର୍ଶନ ପାଇଁ ନିଷ୍ପତ୍ତି ନେଇଛନ୍ତି। ସୀମାପାର ଆତଙ୍କବାଦ ସମସ୍ୟାର ସମାଧାନ ଯୁଦ୍ଧ ଦ୍ୱାରା ନୁହେଁ ବିଚାର ବିମର୍ଷ ଦ୍ୱାରା ସମ୍ଭବ ବୋଲି ସେମାନେ କହିଛନ୍ତି।

ଏହି କ୍ରମରେ ଭୁବନେଶ୍ୱର ଲୋୟରପିଏମଜି ଠାରେ ଯୁଦ୍ଧକୁ ବିରୋଧ କରି ପିଆଇପିଏଫପିଡି, ଏଆଇପିଏଫ୍‍, ଆଇଏନଏସଏଏଫ୍‍, ଏନଏଫଆଇଡବ୍ଲ୍ୟୁ, ଓଜେସିଏମ୍‍, ଜିଏଏସ୍‍ଏସ୍‍, ସିଏଫ୍‍, ଏଆଇଏସଏଫ୍‍, ସିଏନଡିପି, ଏଚ୍‍ଆରଓ ଆଦି ସଂଗଠନ ପକ୍ଷରୁ ପଦର୍ଶନ କରାଯାଇଥିଲା। ଏଥିରେ ପ୍ରଫେସର ରାଧା ମୋହନ, ମନୋଜ ଜେନା, ରାଧାକାନ୍ତ ସେଠୀ, ଶ୍ୱାତୀ, ସଂଜୀବ ପତ୍ରୀ, ସୁଧୀର ପଟ୍ଟନାୟକ, ମହେନ୍ଦ୍ର ପରିଡା ପ୍ରମୁଖ ସାମିଲ ହୋଇଥିଲେ।

Leave A Reply