ଜୁଲାଇ ୨୫ରେ ପୃଥିବୀର ନିକଟକୁ ଆସିବ ଗ୍ରହାଣୁ

ଭୁବନେଶ୍ୱର: ଗ୍ରହାଣୁ ଧକ୍କାରେ ଦିନେ ପୃଥିବୀ ନଷ୍ଟ ହୋଇଯିବ। ଏଭଳି ଏକ ଭୟାନକ କଥା ସମୟ ସମୟରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ତଥା ଖବରକାଗଜରେ ପ୍ରକାଶିତ ହୋଇଆସିଛି। ଆସନ୍ତା ଜୁଲାଇ ମାସ ୨୫ ତାରିଖରେ ଏକ ଗ୍ରହଣୁ ପୃଥିବୀରେ ଧକ୍କା ହେବାର ଚର୍ଚ୍ଚା ଏବେ କିଛି ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ଜୋର ଧରିଛି।
ପ୍ରକୃତରେ ଏବେ ଚର୍ଚ୍ଚା କରାଯାଉଥିବା ଗ୍ରହାଣୁର ନାମ ‘୨୦୦୮ ଜିଓ-୨୦’ ଯାହାକୁ ୨୦୦୮ ମସିହାରେ ଆବିଷ୍କାର କରାଯାଇଥିଲା। ଆସନ୍ତା ଜୁଲାଇ ୨୫ ତାରିଖ ଭାରତୀୟ ସମୟ ପ୍ରାୟ ରାତି ୧୧.୨୧ ମିନିଟ ସମୟରେ ଏହା ପୃଥିବୀର ସବୁଠାରୁ ନିକଟତର ହେବ। ସେତେବେଳେ ପୃଥିବୀରୁ ଏହାର ଦୂରତା ପ୍ରାୟ ୪୫ଲକ୍ଷ କିଲୋମିଟର ଅର୍ଥାତ ପୃଥିବୀ-ଚନ୍ଦ୍ର ଦୂରତାର ପ୍ରାୟ ୧୧ରୁ୨୨ଗୁଣ ଦୂରତାରେ ରହିବ। ଏହାର ହାରାହାରି ବେଗ ଘଣ୍ଟା ପ୍ରତି ୨.୯୦୦ କିମି ବା ସେକେଣ୍ଡ ପ୍ରତି ୮ କିମି ରହିଛି। ଆକଳନ ଅନୁଯାୟୀ ଏହା ମାତ୍ର ୯୭ ମିଟର ଚଉଡ଼ା ଏବଂ ୨୩୦ ମିଟର ଲମ୍ବା ଅଟେ। ଗତ ୨୦୦୮ ମସିହା ଜୁନ ୨୦ ତାରିଖରେ ଏହା ପୃଥିବୀର ନିକଟତର ହୋଇଥିଲା ଏବଂ ଆସନ୍ତା ୨୦୩୪ ମସିହା ଜୁଲାଇ ୨୪ ତାରିଖରେ ପୃଥିବୀର ନିକଟତର ନିକଟତର ହେବ। ଏହି ଗ୍ରହାଣୁ ଏଥର ପୃଥିବୀର ୪୫ ଲକ୍ଷ କିମି ତୁଳନାରେ ବହୁତ ଅଧିକ। ତେଣୁ ଗ୍ରହାଣୁ ‘୨୦୦୮ ଜିଓ-୨୦’ ନିକଟକୁ ଆସୁଥିଲେ ମଧ୍ୟ ଏହା ପୃଥିବୀ ସହ ଧକ୍କା ହେବାର କୌଣସି ସମ୍ଭାବନା ନାହିଁ।

 

ଆମେ ଜାଣିଛେ ଯେ ଅନେକଗୁଡ଼ିକ ଗ୍ରହାଣୁ ମଙ୍ଗଳ ଓ ବୃହଷ୍ପତି ଗ୍ରହ ଲକ୍ଷ ମଧ୍ୟରେ ସୂର୍ଯ୍ୟକୁ ପରିକ୍ରମା କରୁଛନ୍ତି। ଏହମାନଙ୍କ ସଂଖ୍ୟା ଲକ୍ଷ ଲକ୍ଷ ଓ ଆକାରରେ ୧ ମିଟରରୁ ଆରମ୍ଭ ହୋଇ କେତେ ଶହ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ। ଲକ୍ଷ ଲକ୍ଷ ସଂଖ୍ୟରେ ରହିଥିବା ଏହି ଗ୍ରହାଣୁଗୁଡ଼ିକ ବେଳେବେଳେ ପୃଥିବୀର ମାଧ୍ୟକର୍ଷଣ ଶକ୍ତ ଦ୍ୱାରା ପୃଥିବୀଆଡ଼କୁ ଆକର୍ଷିତ ହୋଇଥାନ୍ତି। ସେଗୁଡ଼ିକ ମଧ୍ୟରେ ୯୯ ପ୍ରତିଶତ ପୃଥିବୀ ପୃଷ୍ଠରେ ପଡ଼ିବା ପୂର୍ବରୁ ବାୟୁମଣ୍ଡଳରେ ଯୋଡ଼ି ପାଉଁଶ ହୋଇଯାଇଥାଏ।
ଏବେ ବୈଜ୍ଞାନିକମାନେ ୨୩.୪୨୮ରୁ ଅଧିକ ବଡ଼ ଆକାରରେ ଗ୍ରହାଣୁ ଯାହା ପୃଥିବୀ ନିକଟରେ ରହିଛି ତାହାର ତାଲିକା ପ୍ରସ୍ତୁତ କରିଛନ୍ତି ଓ ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି। ଏଗୁଡ଼ିକ ମଧ୍ୟରୁ ସମ୍ଭାବ୍ୟ ବିପଜ୍ଜନକ ଗ୍ରହାଣୁ ଭାବରେ ମାତ୍ର ୧.୦୭୫ଟି ଗ୍ରହାଣୁକୁ ଶ୍ରେଣୀଭୁକ୍ତ କରାଯାଇଛି। ପୃଥିବୀର ନିକଟକୁ ଆସୁଥିବା ଏପରି ବସ୍ତୁ ଉପରେ ଅନେକ ସଂସ୍ଥା ନଜର ରଖିଛନ୍ତି। ଏଭଳି ଏକ ମହାବିପଦରୁ କିପରି ପୃଥିବୀକୁ ସୁରକ୍ଷିତ ରକାଯାଇପାରିବ ସେ ବିଷୟରେ ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ଅନବରତ ପ୍ରୟାସ ଜାରି ରଖିଛନ୍ତି। ସର୍ବଶେଷ ଗଣନା ଅନୁଯାୟୀ ୨୦୬୮ ମସିହା ପର୍ଯ୍ୟନ୍ତ କୌଣସି ବଡ଼ ବସ୍ତୁ ବା ପିଣ୍ଡ ପୃଥିବୀକୁ ଧକ୍କା ଦେବାର ବିପଦ ନାହିଁ। ତେଣୁ ଭୟଭୀତ ହେବାର କିଛି ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.