ଆତଙ୍କ ପାଇଁ ପାଣ୍ଠି – କଳା ତାଲିକାଭୁକ୍ତ ହେବ ପାକିସ୍ତାନ

ନୂଆଦିଲ୍ଲୀ: ଏସୀୟ ପ୍ରଶାନ୍ତ ମହାସାଗୀୟ ଗୋଷ୍ଠୀର ଅର୍ଥନୈତିକ ଆକ୍ସନ୍‍ ଟାସ୍କ ଫୋର୍ସ – ଏଫ୍‍.ଏ.ଟି.ଏଫ୍‍. ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ପ୍ରଣୀତ ପ୍ରସ୍ତାବ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରି ନ ଥିବା କହିଛି। ସେଥିରେ ହାଫିଜ୍‍ ସୟିଦ୍‍ ଏବଂ ଅନ୍ୟାନ୍ୟ ଆତଙ୍କୀ ସଙ୍ଗଠନ ସହ ଜଡ଼ିତ ଆତଙ୍କବାଦୀଙ୍କ ବିରୋଧରେ ପଦକ୍ଷେପ ନେବା ବିଷୟ ଉଲ୍ଲେଖ ରହିଛି। ଏହାର ସର୍ବଶେଷ ରିପୋର୍ଟ ଅନୁଯାୟୀ ପାକିସ୍ତାନ ଏଫ୍‍.ଏ.ଟି.ଏଫ୍‍.ଦ୍ୱାରା କଳା ତାଲିକାଭୁକ୍ତ ହେବା ନିଶ୍ଚିତ ହୋଇଛି। ଏଫ୍‍.ଏ.ଟି.ଏଫ୍‍. ପାକିସ୍ତାନକୁ ଆତଙ୍କୀମାନଙ୍କୁ ଅର୍ଥ ଯୋଗାଇବା କ୍ଷେତ୍ରରେ ସେମାନଙ୍କୁ ଚିହ୍ନଟ କରିବା ଏବଂ ପଦକ୍ଷେପ ନେବା ଉପରେ ପୂର୍ବରୁ ସତର୍କ କରାଇ ଦିଆଯାଇଥିଲା। ଅନ୍ୟପକ୍ଷରେ ଏକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେବାକୁ ଜାତିସଂଘ ନିରାପତ୍ତା ପରିଷଦ ପାକିସ୍ତାନକୁ କହିଥିଲା।

ପୂର୍ବରୁ ୨୦୧୮ରେ ଆତଙ୍କୀ ସଙ୍ଗଠନକୁ ଅର୍ଥ ଯୋଗାଣ ପରିପ୍ରେକ୍ଷୀରେ ପାକିସ୍ତାନକୁ ଏଫ୍‍.ଏ.ଟି.ଏଫ୍‍. ଗ୍ରେ-ଲିଷ୍ଟ ଅନ୍ତର୍ଭୁକ୍ତ କରିଥିଲା ଏବଂ ଏଥିରେ ସୁଧାର ଆଣିବାପାଇଁ ୧୫ ମାସର ସମୟ ଦେଇଥିଲା। ଆସନ୍ତା ମାସରେ ପ୍ୟାରିସ୍‍ରେ ଅନୁଷ୍ଠିତ ହେବାକୁ ଥିବା ଏହାର ପରବର୍ତ୍ତୀ ବୈଠକରେ ଏହି ପ୍ରସଙ୍ଗରେ ସମୀକ୍ଷା ହେବ ବୋଳି ଜଣାପଡ଼ିଛି।

Comments are closed.