ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ତାର ଗ୍ରାହକମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଗତକାଲି ଏସବିଆଇର ୱେସାଇଟରେ ଜୁନ୍ ୩୦ ପର୍ୟ୍ୟନ୍ତ ଏଟିଏମରୁ ଟଙ୍କା ଉଠାଇବା ଉପରେ କୌଣସି ଦେୟ ଆଦାୟ କରାଯିବ ନାହିଁ ବୋଲି ଘୋଷଣା କରାଯାଇଥିଲା। ଏହି ସୁବିଧା ଆଧାରରେ ଏସବିଆଇର ଗ୍ରାହକମାନେ ଅନ୍ୟ ବ୍ୟାଙ୍କର ଏଟିଏମରୁ ମଧ୍ୟ ବିନା କୌଣସି ଦେୟରେ ଜୁନ୍ ୩୦ ପର୍ୟ୍ୟନ୍ତ ଟଙ୍କା ଉଠାଇ ପାରିବେ।
ବ୍ୟାଙ୍କ ୱେବସାଇଟର ଦିଆଯାଇଥିବା ସୂଚନା ଅନୁସାରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାର୍ଚ୍ଚ ୨୪ରେ କରିଥିବା ଘୋଷଣାକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ଏହି ନିଷ୍ପତ୍ତି ନେଇଛି।
ଉଲ୍ଲେଖ ଯୋଗ୍ୟ, ଏହାପୂର୍ବରୁ ମାର୍ଚ୍ଚ ୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ତିନିମାସ ଅର୍ଥାତ ଜୁନ୍ ୩୦ପର୍ୟ୍ୟନ୍ତ ନଗଦ ଟଙ୍କା ଉଠାଇବା ପାଇଁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। ଡେବିଟ୍ କାର୍ଡଧାରୀମାନେ ଅନ୍ୟ କୌଣସି ବ୍ୟାଙ୍କରୁ ମାଗଣାରେ ନଗଦ ଟଙ୍କା ଉଠାଇ ପାରିବେ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିଲେ।

Comments are closed.