ଏଥନଲ ଉତ୍ପାଦନ ପାଇଁ ଜରୁରୀ ନୁହେଁ ପରିବେଶ ଅନୁମତି – ଜାବଡ଼େକର

ନୂଆଦିଲ୍ଲୀ: ସରକାର କହିଛନ୍ତି ବି-ହେଭି ତରଳ ଗୁଡ଼ରୁ ଅତିରିକ୍ତ ଏଥନଲ ଉତ୍ପାଦନ କରିବା ପାଇଁ କୌଣସି ପରିବେଶଗତ ଅନୁମତିର ଆବଶ୍ୟକ ପଡ଼ିବ ନାହିଁ। ଏହାଦ୍ୱାରା ପରିବେଶ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସରକାର କହିଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଟ୍ୱିଟ୍‍ ଜରିଆରେ ଏହା ଘୋଷଣା କରି କହିଛନ୍ତି, ଏହି ନିଷ୍ପତ୍ତିରୁ ଉଭୟ କୃଷକ ଓ ଚିନି ଶିଳ୍ପ ଲାଭାନ୍ୱିତ ହେବେ। ସରକାରଙ୍କ ପକ୍ଷରୁ ବହୁ ପ୍ରୋତ୍ସାହନ ଦିଆଯାଉଥିବାରୁ ଚିନିକଳଗୁଡ଼ିକ ବି-ହେଭି ତରଳ ଗୁଡ଼ରୁ ଏଥନଲ ଉତ୍ପାଦନ କରିବେ ବୋଲି ଆଶା କରାଯାଉଛି।

Comments are closed.