ପାକିସ୍ତାନରେ ହିନ୍ଦୁଙ୍କୁ ରିଲିଫ ମନା
- କେତେ ଆବଶ୍ୟକ ନାଗରିକତ୍ୱ ସଂଶୋଧନ ଆଇନ?

ସମାଜ ପୋର୍ଟାଲ ଡେସ୍କ: କରୋନା ମହାମାରୀ ଯୋଗୁଁ ଯେଉଁଠି ସାରା ବିଶ୍ୱର ମାନବ ସମାଜ ଏକ ବିପଦ ମୁହଁରେ ଉପନୀତ ହୋଇଛନ୍ତି ସେଇ ପରିସ୍ଥିତିରେ ମଧ୍ୟ ଧାର୍ମିକ ବାଛ ବିଚାରର ଶିକାର ହୋଇଛନ୍ତି ପାକିସ୍ତାନର ହିନ୍ଦୁମାନେ। ଏଭଳି ସଙ୍କଟ ପରିସ୍ଥିତିରେ ମଧ୍ୟ ହିନ୍ଦୁ ହୋଇଥିବା ଯୋଗୁଁ ସେମାନେ ରିଲିଫ ପାଇବାରୁ ବଞ୍ଚିତ ହୋଇଛନ୍ତି। ପାକିସ୍ତାନର କେତେକ ସ୍ବେଚ୍ଛାସେବୀ ସଂସ୍ଥାମାନଙ୍କ ପକ୍ଷରୁ ରିଲିଫ ବଣ୍ଟନ କରାଯାଉଥିବା ବେଳେ ସେଠାକାର ହିନ୍ଦୁମାନଙ୍କୁ ଏଥିରୁ ବାଦ ଦିଆଯାଇଛି। ହିନ୍ଦୁମାନଙ୍କୁ ରିଲିଫ ନ ଦେବାକୁ ଉକ୍ତ ଏନଜିଓମାନଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରାଯାଉଛି ବୋଲି ‘ୟୁଏସ୍ସିଆଇଆର୍ଏଫ’ ( ୟୁଏସ୍ କମିସନ ଅନ୍ ଇଣ୍ଟରନ୍ୟାସନାଲ ରିଲିଜିୟସ ଫ୍ରିଡମ୍) ପ୍ରକାଶ କରିଛି। ହେଲେ କରୋନା ଭଳି ଏକ ବିଶ୍ୱ ମହାମାରୀ ସମୟରେ ଯେଉଁଠି ଧାର୍ମିକ ଆଧାରରେ ପାକିସ୍ତାନର ହିନ୍ଦୁମାନେ ବାଛ ବିଚାରର ଶିକାର ହେଉଛନ୍ତି, ସେହି ପାକିସ୍ତାନରେ ହିନ୍ଦୁମାନଙ୍କ ନିତିଦିନିଆ ଜୀବନର ବାସ୍ତବତା କିପରି ହୋଇଥିବ ତାହା ନିଶ୍ଚିତ ଭାବରେ ଏକ ଚିନ୍ତାଶୀଳ ପ୍ରସଙ୍ଗ।
ତାଛଡା ନିକଟ ଅତୀତରେ ଭାରତ ସରକାରଙ୍କ ଦ୍ଵାରା ପ୍ରଣୀତ ନାଗରିକତ୍ୱ ସଂଶୋଧନ ଆଇନ କେତେ ଆବଶ୍ୟକ ଏହି ପରିପ୍ରେକ୍ଷୀରେ ତାହା ମଧ୍ୟ ଏକ ଆଲୋଚ୍ୟ ପ୍ରସଙ୍ଗ। ସୂଚନାଯୋଗ୍ୟ ଯେ କୋଭିଡ-୧୯ ମହାମାରୀ ପାଇଁ ପାକିସ୍ତାନର କରାଚି ସହରରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଥିବା ବେଳେ ହିନ୍ଦୁମାନଙ୍କୁ ନ ଦେବାକୁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଗତ ସପ୍ତାହରେ ପାକିସ୍ତାନର ବନ୍ଦର ନଗରୀ କରାଚିରେ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ସଂସ୍ଥା ’ସେଲାନି ୱେଲଫେୟାର ଇଣ୍ଟରନ୍ୟାସନାଲ ଟ୍ରଷ୍ଟ’ ପକ୍ଷରୁ ଗରିବ ଓ ଗୃହହୀନଙ୍କ ଉଦ୍ଦେଶ୍ୟରେ ରିଲିଫ ବଣ୍ଟନ କରାଯାଇଥିଲା। ତେବେ ରିଲିଫ ବଣ୍ଟନ ବେଳେ ଗରିବ, ଅସହାୟ ହିନ୍ଦୁଙ୍କୁ ରିଲିଫ ସାମଗ୍ରୀ ନ ଦେବାକୁ ଉକ୍ତ ଏନଜିଓ ଉପରେ ସରକାରଙ୍କ ପକ୍ଷରୁ ପ୍ରବଳ ଚାପ ସୃଷ୍ଟି କରାଯାଇଥିଲା। ‘ୟୁଏସ୍ସିଆଇଆର୍ଏଫ’ କମିସନର ଅନୁରିମା ଭାର୍ଗବ ଏ ସମ୍ୱନ୍ଧରେ ପ୍ରତିକ୍ରିୟା ପ୍ରକାଶ କରିବା ପରେ ପାକିସ୍ତାନର ଏଭଳି ହୀନମନ୍ୟତା ଏବେ ବିଶ୍ୱ ସମୁଦାୟଙ୍କ ଦୃଷ୍ଟିଗୋଚର ହୋଇଛି। ହେଲେ ପାକିସ୍ତାନରେ ହିନ୍ଦୁ ମାନଙ୍କ ପ୍ରତି ଏଭଳି ବାଛବିଚାରକୁ ଦେଖିଲା ପରେ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ଯେତିକି କ୍ରୋଧ ସୃଷ୍ଟିହୁଏ, ତାଠାରୁ ଅଧିକ ଅନୁଭବ ହୁଏ ଭାରତରେ ନାଗରିକତ୍ୱ ସଂଶୋଧନ ଆଇନର ଆବଶ୍ୟକତାକୁ ନେଇରିଲିଫ ସାମଗ୍ରୀ ଏହା ଶତପ୍ରତିଶତ ଦୃଢୋକ୍ତିର ସହ କୁହାଯାଇପାରେ ଯେ ଯେଉଁମାନେ ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ କରୁଛନ୍ତି ସେମାନେ ସମସ୍ତେ ଗୋଟିଏ ଗୋଟିଏ ଅରାଷ୍ଟ୍ରୀୟ ଶକ୍ତି। ତେଣୁ ମୁସଲିମ ଦେଶରେ ନିର୍ଯ୍ୟାତିତ ହେଉଥିବା ହିନ୍ଦୁ ସମାଜର ସୁରକ୍ଷା ପାଇଁ ସେଇ ଅରାଷ୍ଟ୍ରୀୟ ଶକ୍ତିଙ୍କୁ ଦମନ କରିବାର ଆଜି ବହୁ ଆବଶ୍ୟକତା ରହିଛି। ତା ସହିତ ନିର୍ଯ୍ୟାତିତ, ନିରାଶ୍ରୟ ହିନ୍ଦୁମାନଙ୍କ ଆଖିର ଲୁହକୁ ପୋଛିବା ପାଇଁ ନାଗରିକତ୍ୱ ସଂଶୋଧନ ଆଇନ କେତେ ଆବଶ୍ୟକ ତାହାକୁ ନେଇ ମଧ୍ୟ ହିନ୍ଦୁସମାଜକୁ ସଚେତନ କରିବାର ବହୁ ଆବଶ୍ୟକତା ରହିଛି।