ବଜାର ଉପ-ପ୍ରାଙ୍ଗଣରେ ହେଲା ନାହିଁ ଧାନ କିଣା ;  ତହସିଲ ଅଫିସକୁ ଧାନ ବୋଝେଇ ଗାଡି ସହ ଆସିଲେ ଚାଷୀ

ରେଙ୍ଗାଲି : ବଜାର ଉପ-ପ୍ରାଙ୍ଗଣକୁ କତରବଗା ଏବଂ ଝାଙ୍କରପାଲି ପଞ୍ଚାୟତର ଚାଷୀ ଦାନ ବିକ୍ରି ପାଇଁ ଆଣିଥିଲେ। ଟାର୍ଗେଟ୍ ନାହିଁ ଧାନ କିଣିଯାଇ ପାରିବ ନାହିଁ ବୋଲି ପେକ୍ସ ଏବଂ ଯୋଗାଣ ବିଭାଗ କହିବାରୁ ଚାଷୀମାନେ ୨୬ଶହ କ୍ବୁଣ୍ଟାଲ ଧାନ ବୋଝେଇ ହୋଇଥିବା ଟ୍ରାକ୍ଟର, ଟ୍ରକ୍ ଆଦି ଧରି ରେଙ୍ଗାଲି ତହସିଲ ଅଫିସ ପାର୍ଶ୍ବରେ ଲମ୍ବା ଧାଡି କରି ଛିଡା କରିଦେଇଥିଲେ। ମା ଗଡପାଟିଏନ୍ କୃଷକ ସଙ୍ଗଠନର ସଭାପତି ଲକ୍ଷ୍ମଣ ଖମାରୀ ଏବଂ ହେମନ୍ତ ଦାସଙ୍କ ନେତୃତ୍ୱରେ ଚାଷୀମାନେ ତହସିଲଦାର ସୁନିଲ ମେହେର ଏବଂ ଥାନା ଅଧିକାରୀ ଧବଲେଶ୍ୱର ସାହୁଙ୍କୁ ଭେଟିବା ପରେ ଉଭୟ ଅଧିକାରୀ ଜିଲ୍ଲା ପ୍ରଶାସନ ତଥା ଯୋଗାଣ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରି ଧାନ ବିକ୍ରି ବ୍ୟବସ୍ଥା କଲା ପରେ ତହସିଲ ଅଫିସ ପାର୍ଶ୍ବ ରାଜ୍ୟ ରାଜପଥ କଡରେ ଛିଡା ହୋଇଥିବା ଧାନ ବୋଝେଇ ଗାଡି ନେଇ ଚାଷୀମାନେ ମିଲ୍ ଅଭିମୁଖେ ଯାତ୍ରା କରିଥିଲେ। ସୂଚନାଯୋଗ୍ୟ ଯେ ଗତ କାଳି ଲପଙ୍ଗା, ରେଙ୍ଗାଲି ଏବଂ ଖିଣ୍ଡା ସମବାୟ ସମିତି ଜରିଆରେ ରେଙ୍ଗାଲି ବଜାର ଉପ-ପ୍ରାଙ୍ଗଣକୁ ଆସିଥିବା ୭ହଜାର ୮ଶହ କ୍ବୁଣ୍ଟାଲ ଧାନ ଟାର୍ଗେଟ୍ ର ଆଳ ଦେଖାଇ କିଣିବାକୁ ମାନ କରିବାରୁ ଅସନ୍ତୁଷ୍ଟ ଚାଷୀ ଧାନ ବୋଝେଇ ଗାଡି ନେଇ ରେଙ୍ଗାଲି ତହସିଲ ଛକରେ ୬ଘଣ୍ଟା ଧରି ରାସ୍ତା ରୋକ କରିଥିଲେ।

Comments are closed.