ଏବେ ଦେଶରେ ରେଳସେବା ବନ୍ଦ୍‍ କରିବାର କୌଣସି ଯୋଜନା ନାହିଁ : ରେଳବାଇ ବୋର୍ଡ଼ ଅଧ୍ୟକ୍ଷ

ନୂଆଦିଲ୍ଲୀ : କରୋନ ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଦେଶରେ ରେଳସେବା ବନ୍ଦ୍‍ କରିବାର କୌଣସି ଯୋଜନା ନାହିଁ ବୋଲି ରେଳବାଇ ବୋର୍ଡ଼ ଅଧ୍ୟକ୍ଷ ସୁନୀତ୍‍ ଶର୍ମା କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶର୍ମା କହିଛନ୍ତି, ରେଳସେବା ବନ୍ଦ୍‍ କରିବାପାଇଁ ରେଳ ମନ୍ତ୍ରଣାଳୟ ନିକଟକୁ କୌଣସି ଅନୁରୋଧ ଆସି ନାହିଁ।
ଦେଶରେ ଯାତାୟତ କରିବାପାଇଁ ଟ୍ରେନର ଅଭାବ ନ ଥିବା ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ଯାତାୟତ କରିବାକୁ ଚାହିଁବେ, ସେମାନଙ୍କ ପାଇଁ ଟ୍ରେନ୍‍ ସେବା ଉପଲବ୍ଧ ରହିବ। ରେଳ ଷ୍ଟେସନ୍‍ଗୁଡ଼ିକରେ ଦେଖାଦେଉଥିବା ଗହଳି ସାଧାରଣ ବୋଲି ସେ କହିଛନ୍ତି। ଆବଶ୍ୟକତା ଅନୁସାରେ ରେଳ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଶ୍ରୀ ଶର୍ମା ସୂଚନା
ଦେଇଛନ୍ତି। ଏତେ ସଂଖ୍ୟାରେ ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କ ପାଇଁ କୋଭିଡ୍‍ ନେଗେଟିଭ୍‍ ପ୍ରମାଣପତ୍ର ଦେଖାଇବା ନିୟମ ବାଧ୍ୟତାମୂଳକ କରିବା ଅବସ୍ଥାରେ ନ ଥିବା ସେ କହିଛନ୍ତି।

Comments are closed.