MEllora 950×100

ରେଳବାଇ ଘରୋଇକରଣ ପାଇଁ କୌଣସି ପ୍ରସ୍ତାବ ନାହିଁ – କେନ୍ଦ୍ର ସରକାର

ଡେସ୍କ: ଭାରତୀୟ ରେଳବାଇର ଘରୋଇକରଣ ପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଲୋକସଭାରେ ଏକ ଲିଖିତ ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ରେଳବାଇ ନିଯୁକ୍ତି ବୋର୍ଡ ମାଧ୍ୟମରେ ନିଯୁକ୍ତି ହ୍ରାସ ପାଇବା ସହ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ରେଳ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ସରକାରୀ-ବେସରକାରୀ ଭାଗିଦାରୀତାରେ ନିୟମିତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ କୌଣସି ପ୍ରସ୍ତାବ ନାହିଁ। ଭାରତ ଗୌରବ ଟ୍ରେନ୍ ବିଷୟରେ ମନ୍ତ୍ରୀ କହିଛନ୍ତି, ୧୫ଟି ସେବା ପ୍ରଦାନକାରୀ ସଂସ୍ଥା ଭାରତ ଗୌରବ ଟ୍ରେନ୍ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି। ଏଥିମଧ୍ୟରୁ ୪ଟି ସେବା ପ୍ରଦାନକାରୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ରେକ୍ ବଣ୍ଟନ କରାଯାଇଛି।

Comments are closed.