ରାମ ମନ୍ଦିର ନିର୍ମାଣକୁ ବିଶ୍ବର କୌଣସି ଶକ୍ତି ରୋକିପାରିବ ନାହିଁ: ରାଜନାଥ ସିଂହ

ରାଞ୍ଚି: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ବିଶ୍ବର କୌଣସି ଶକ୍ତି ରୋକି ପାରିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର କହିଛନ୍ତି। ଝାଡଖଣ୍ଡର ବିଶ୍ରାମପୁରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ରାଜନାଥ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମସ୍ତ ପ୍ରତିବନ୍ଧକକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ତେଣୁ ମନ୍ଦିର ନିର୍ମାଣକୁ ଆଉ କେହି ରୋକିପାରିବେ ନାହିଁ। ସେହିପରି ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧବିମାନ କ୍ରୟ ଦ୍ବାରା ଦେଶର ସାମରିକ ଶକ୍ତି ବୃଦ୍ଧି ପାଇବ। ପାକିସ୍ତାନ ମାଟିରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଶିବିରକୁ ଧ୍ବଂସ କରିବାରେ ଏହି ଯୁଦ୍ଧବିମାନ ବେଶ ସହାୟକ ହେବ। ସେହିପରି ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ ମଧ୍ୟ ସେ ପ୍ରଶଂସା କରିବା ସହିତ ବିଜେପି ତାର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଥିବା କହିଛନ୍ତି।

Comments are closed.