ତିନିବର୍ଷ ବିତିଲା ପିଣ୍ଡ ବିହନ ଟଙ୍କା ଦେଉନି ଉଦ୍ୟାନବିଭାଗ, ଚିନ୍ତାରେ ଚାଷୀ

,
ଚିକିଟି : ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଓ ଅତ୍ୟାବଶ୍ୟକ ପନି ପରିବାର ଅଭାବ ଦୂର କରିବାପାଇଁ ଉଦ୍ୟାନ ବିଭାଗ ଆଳୁ ଚାଷ କରିବା ଓ ଚାଷୀଙ୍କୁ ଆଳୁ ବିହନ ଯୋଗାଇବା ପାଇଁ ଯୋଜନା ଆରମ୍ଭ କରି ଟେଣ୍ଡର କରିଥିଲା। ଟେଣ୍ଡର ମାଧ୍ୟମରେ ଚିକିଟି ବ୍ଲକ ବଡବଡଙ୍ଗା ଗ୍ରାମର ଆଦର୍ଶ ଚାଷୀ ସୁଦର୍ଶନ ପାଣିଗ୍ରାହୀ ଆଳୁର ପିଣ୍ଡ ବିହନ ଯୋଗାଇବା ପାଇଁ ଅନୁମତି ପାଇଥିଲେ ।  ୨୦୧୮ରେ ସେ ଉଦ୍ୟାନ ବିଭାଗକୁ ୩୦୦ କ୍ୱିଣ୍ଟାଲ ଆଳୁ ବିହନ ଯୋଗାଇ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହି ଯେ ଦେଢ଼ ଶହ କ୍ୱିଣ୍ଟାଲ ଆଳୁ ବିହନର ଟଙ୍କା ପାଇବା ପରେ ଅବଶିଷ୍ଟ ଦେଢ଼ ଶହ କ୍ୱିଣ୍ଟାଲ ଆଳୁ ବିହନର ଟଙ୍କା ବିଭାଗ ଠାରୁ ଆଉ ପାଇ ନାହାନ୍ତି। ଦୀର୍ଘ ତିନି ବର୍ଷ ବିତି ଯାଇଥିବାରୁ ଶ୍ରୀ ପାଣିଗ୍ରାହୀ ଏନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ସେହି ବିହନ ଚାଷୀଙ୍କୁ ବଣ୍ଟା ଯାଇଛି ଓ ତାର ୟୁସି ମଧ୍ୟ ଦିଆଯାଇଛି ଓ ସେଥିରେ ଉଲେଖ ଅଛି ଯେ ଉଚ୍ଚ ପଦାଧିକାରୀ ଯେବେ ଟଙ୍କା ପଠେଇବେ ତାର ତିନି ଚାରି ଦିନ ମଧ୍ୟରେ ଆପଣଙ୍କୁ ଟଙ୍କା ପ୍ରଦାନ କରାଯିବ। ଦେଢ଼ ଶହ କ୍ୱିଣ୍ଟାଲ ଆଳୁ ବିହନ ବାବଦରେ ସେ ଦେଢ଼ ଲକ୍ଷ ଟଙ୍କା ପାଇବେ, ଦେଖୁ ଦେଖୁ ତିନିବର୍ଷ ବିତିଗଲା,ଏଣେ ବ୍ୟାଙ୍କରେ ସୁଧ ଗଣିବା ସାର ହେଉଛି । ଏପରି ସ୍ଥଳେ ଚାଷୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଉଦ୍ୟାନ ବିଭାଗ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇ ଦୁର୍ବଳ କରିଦେଇଛି ବୋଲି ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ।

କେବଳ ସେତିକି ନୁହେଁ ଗତ ତିତିଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଶ୍ରୀ ପାଣିଗ୍ରାହୀଙ୍କ ଶୀତଳ ଭଣ୍ଡାର ପବନ ଓ ବନ୍ୟାଜଳ ପଶି ବ୍ୟାପକ କ୍ଷତି ହୋଇଥିଲା ।  ପ୍ରାୟ ଦୁଇ ହଜାର କ୍ୱିଣ୍ଟାଲ ଆଳୁ ବିହନ ସାଙ୍ଗକୁ, ମୁଗ ,ବିରି ଓ ଚିନାବାଦମ ପିଣ୍ଡ ବିହନ ସବୁ ନଷ୍ଟ ହୋଇଗଲା ଓ ଶୀତଳ ଭଣ୍ଡାର ମଧ୍ୟ କ୍ଷତି ହୋଇଥିଲା। ଉଦ୍ୟାନ ବିବାଗର ଉଚ୍ଚ ପଦାଧିକାରୀ ମାନେ ପରିଦର୍ଶନ କରି ପ୍ରାୟ ୨୭ଲକ୍ଷ ଟଙ୍କାର କ୍ଷତି ହୋଇଥବା ଆକଳନ ମଧ୍ୟ କରିଥିଲେ । ଇତି ମଧ୍ୟରେ ବାତ୍ୟାକୁ ତିନିବର୍ଷ ବିତିଲା । କ୍ଷତି ପୂରଣ ମିଳିଲା ନାହିଁ । କ୍ଷତି ପୂରଣ ତ ଦୂରର କଥା ବିଭାଗ ନେଇଥିବା ବିହନର ଟଙ୍କା ନଦେବାରୁ ସେ  ଉଦ୍ୟାନ ବିଭାଗର ଖାଁମ ଖିଆଲି କରୁଥିବା ସେ କହିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଭିଯୋଗ ମଧ୍ୟ କରିଛନ୍ତି ଯେ ତୁରନ୍ତ ଟଙ୍କା ପାଇବା ପାଇଁ । ଚାଷୀଙ୍କୁ ପ୍ରୋତ୍ସାହନ ପରିବର୍ତେ ହତାଶ କରୁଥିବା ସେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ସରକାର ଚାଷ ଓ ଚାଷୀଙ୍କୁ ସବୁ କ୍ଷେତ୍ରରେ ପ୍ରୋତ୍ସାହନ ଦେଉଥିବା ଘୋଷଣା କରୁଥିବା ବେଳେ ଉଦ୍ୟାନ ବିଭାଗର ଅପାରଗତା ପଦାରେ ପଡିଛି ଏହା ସରକାରୀ ଅବହେଳା ନା ଜାଣି ଶୁଣି ହଇରାଣ କରାଯାଇଛି ତାହା ତଦନ୍ତ ସାପେକ୍ଷ । ଏଣୁ ମୁଖ୍ୟମନ୍ତ୍ରୀ ଙ୍କ 5-ଟି ବିଭାଗ ଏହାକୁ  କୁ ନେଇଁ କ୍ଷତିପୂରଣ ଓ ବିହନ ଟଙ୍କା ପ୍ରଦାନ କରି ଚାଷୀଙ୍କ ମନୋବଳକୁ ଟାଣ କରିବାକୁ ସୁଦର୍ଶନ ପାଣିଗ୍ରାହୀ ଅନୁରୋଧ କରିଛନ୍ତି ।

Comments are closed.