୧୮୦ ଜିଲାରେ ୭ ଦିନ ହେବ ସଂକ୍ରମଣ ଶୂନ

ନୂଆଦିଲ୍ଲୀ: ଦେଶରେ ଚାରିଆଡ଼େ କରୋନା ଆତଙ୍କ ଜାରି ରହିଛି। ପ୍ରତିଦିନ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ତେବେ ଏହା ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏକ ନୂଆ ସୂଚନା ଦେଇଛନ୍ତି। ଗତ ୭ ଦିନ ହେବ ଦେଶର ୧୮୦ ଜିଲାରେ ସଂକ୍ରମଣ ଶୂନ ରହିଛି। ଅର୍ଥାତ ଏହି ଜିଲାଗୁଡ଼ିକରେ ୭ ଦିନ ହେବ କୌଣସି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଶନିବାର ସୂଚନା ଦେଇଛନ୍ତି।

ଡା. ହର୍ଷବର୍ଦ୍ଧନ ଆହୁରି କହିଛନ୍ତି ଯେ, ଗତ ୧୪ ଦିନ ହେବ ଦେଶର ୧୮ ଜିଲାରେ କୌଣସି ସଂକ୍ରମିତ ଠାବ ହୋଇନାହାନ୍ତି। ଏହାବ୍ୟତୀତ ବିଗତ ୨୧ ଦିନରେ ୫୪ ଜିଲାରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ହର୍ଷବର୍ଦ୍ଧନ ଟ୍ବିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Comments are closed.