ରାଜ୍ୟରେ ହୋଇନି ଲକ୍‌ଡାଉନ୍‌ – ଜାଣନ୍ତୁ କାହିଁକି

ଭୁବନେଶ୍ୱର –  ରାଜ୍ୟରେ ଲକ୍‌ଡାଉନ୍‌ ହୋଇ ନାହିଁ , ରାଜ୍ୟ ସରକାର ଜୀବିକା ସହ ଜୀବନକୁ ପ୍ରାଧାନ୍ୟତା ଦେଉଥିବାରୁ ସଟ୍‌ଡାଉନ୍‌ କି ଲକ୍‌ଡାଉନ୍‌ କରାଯାଇ ନାହିଁ । ।  ଏବେ ରାଜ୍ୟରେ କୋଭିଡ୍‌ର ତୃତୀୟ ଲହର ଚାଲିଛି । ମାତ୍ର ଏହା ନିୟନ୍ତ୍ରଣାଧୀନ ଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ହସ୍‌ପିଟାଲ୍‌ ପ୍ରସ୍ତୁତ କରାଯାଇଛି। ସମସ୍ତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି। ରାଜ୍ୟ ସରକାର ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ   ଲକ୍‌ଡାଉନ୍‌ ସଟ୍‌ ଡାଉନ୍‌ କରାଯାଇ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।  କୋଭିଡ୍‌ ଗାଇଡ୍‌ ଲାଇନ୍‌ ମାନିଲେ ଆଗକୁ ଲକ୍‌ଡାଉନ୍‌ର ସମ୍ଭାବନା ନାହିଁ ।

 

ମାତ୍ର ଲୋକମାନେ ସତର୍କ ରୁହନ୍ତୁ । କୋଭିଡ୍‌ କଟକଣାକୁ କଡାକଡି ଭାବେ ପାଳନ କରନ୍ତୁ ବୋଲି ସେ କହିଛନ୍ତି ।  ତ଼ତୀୟ ଲହର ନିୟନ୍ତ୍ରଣରେ ରହିଛି । ଲୋକମାନେ ବେଶୀ ଗୁରୁତର ହେଉ ନଥିବା ସେ କହିଛନ୍ତି । ମାତ୍ର ୨ ପ୍ରତିଶତଙ୍କୁ  ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ପଡୁଛି । ଓମିକ୍ରନ ପାଇଁ ସଂକ୍ରମଣ ବୃଦ୍ଧି ପାଇଛି । କୋଭିଡ୍‌ ଲକ୍ଷଣ ଦେଖାଦେଲେ ପରୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବ କହିଛନ୍ତି।

Comments are closed.