ଆଧାର ସଂଯୋଗ ନ ଥିଲେ ଚାଷୀଙ୍କୁ ଋଣ ମନା

ଭୁବନେଶ୍ୱର: ଆଧାର ସଂଯୋଗ ନ ହେଲେ ଏଣିକି ଚାଷୀଙ୍କୁ ଶସ୍ୟ ଋଣ ମିଳିବନି। ଆଧାର ସଂଯୁକ୍ତ ନ ହେଲେ ଚାଷୀମାନେ ନିଜ ଉତ୍ପାଦିତ ଧାନ ମଧ୍ୟ ସରକାରଙ୍କୁ ବିକ୍ରି କରିପାରିବେ ନାହିଁ। ପ୍ରଥମ ଥର ପାଇଁ ଏହି ଦୁଇଟି ନିୟମକୁ କଡ଼ାକଡ଼ି ଭାବେ ରାଜ୍ୟ ସରକାର ଲାଗୁ କରିଥିଲେ। ତେବେ ଧାନ ବିକ୍ରି କରିବା ପାଇଁ ଚାଷୀ ପଞ୍ଜୀକରଣରେ ଆଧାର ଲିଙ୍କ୍‍ ହେବା ପରେ ଋଣ ନେଇଥିବା ଚାଷୀ ଓ ଆଧାର ସଂଯୋଗ ହୋଇଥିବା ଚାଷୀଙ୍କ ସଂଖ୍ୟାକୁ ଦେଖି ସରକାର ଚିନ୍ତାରେ ପଡ଼ିଛନ୍ତି। ଅନ୍ୟ ପକ୍ଷରେ ଚାଷୀମାନଙ୍କର ଆଧାର ବୈଧ କରିବାକୁ ସମବାୟ ସମିତିର ରେଜିଷ୍ଟ୍ରାର ଏ ନେଇ ଏକ ଚିଠି ଲେଖିଛନ୍ତି।

ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ୧୨ ଲକ୍ଷ ୩୫ ହଜାର ଚାଷୀଙ୍କ ଆଧାର ମଧ୍ୟରୁ ତିନି ଲକ୍ଷ ୨୭ ହଜାର ଚାଷୀଙ୍କ ତଥ୍ୟ ଆଦୌ ମେଳ ଖାଉନି। ଋଣ ନେଇଥିବା ଏବଂ ଏହାକୁ ନେବା ପାଇଁ ଆବେଦନ କରିଥିବା ସବୁ ଚାଷୀମାନଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ୍‍ କରିବା ବାଧ୍ୟତାମୂଳକ ବୋଲି ଆଉ ଏକ ଚିଠିରେ ରେଜିଷ୍ଟ୍ରାର ଲେଖିଛନ୍ତି।

Comments are closed.