କରୋନା: ଦିଲ୍ଲୀରେ ହେବନି ଆଇପିଏଲ ମ୍ୟାଚ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ବ୍ୟାପିବା ପରେ ଆଇପିଏଲର ଚଳିତ ସଂସ୍କରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ଦିଲ୍ଲୀରେ ଆଇପିଏଲ ମ୍ୟାଚ୍‌ ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏ ସମ୍ପର୍କରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି। ଆଇପିଏଲର କୌଣସି ଗୋଟିଏ ବି ମ୍ୟାଚ ଦିଲ୍ଲୀରେ ଖେଳାଯିବ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି। ଏହା ସହିତ ସମସ୍ତ ସର୍ବସାଧାରଣ ସୁଇମିଂ ପୁଲ ବନ୍ଦ କରିବାକୁ ସିଶୋଦିଆ ନିର୍ଦେଶ ଦେଇଛନ୍ତି। ଏହାକୁ ତତ୍କାଳ ଲାଗୁ କରିବାକୁ ସେ କହିଛନ୍ତି। ଖବରଦାତା ସମ୍ମିଳନୀରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବି ଉପସ୍ଥିତ ଥିଲେ।

Comments are closed.