ରେଳ ପରେ ବିମାନ ଚଳାଚଳ ଉପରେ କଟକଣା; ଜୁଲାଇ ୧୫ ପର୍ଯ୍ୟନ୍ତ ଉଡ଼ିବ ନାହିଁ ଆନ୍ତର୍ଜାତିକ ବିମାନ

ଦେଶରେ କରୋନା ସଂକ୍ରମଣ ଏବେ ଶୀର୍ଷ ଦିଗକୁ ଗତି କରୁଛି । ପ୍ରତି ଦିନ ପ୍ରାୟ ୧୫ ହଜାରରୁ ଅଧିକ ନୂଆ ସଂକ୍ରମିତ ଠାବ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ହାରାହାରି ଦୈନିକ ୪ଶହରୁଅଧିକ । ଏପରି ସ୍ଥିତିରେ କେନ୍ଦ୍ର ସରକାର ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ ମଧ୍ୟ ଲଗାଇଛି କଟକଣା । ଡ଼ିଜିସିଏ ଜୁଲାଇ ୧୫ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛି । ଶୁକ୍ରବାର ଡ଼ିଜିସିଏ ପକ୍ଷରୁ ଜାରି ଘୋଷଣାନାମାରେ ସମସ୍ତ ଆନ୍ତର୍ଜାତିକ ବିମାନକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

 

ଡିଜିସିଏ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଆସନ୍ତା ଜୁଲାଇ ୧୫ ପର୍ଯ୍ୟନ୍ତ ଭାରତରୁ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ କରିବ ନାହିଁ । ଜୁଲାଇ ୧୫ ତାରିଖ ରାତି ୧୧.୫୯ ପର୍ଯ୍ୟନ୍ତ ଏହାକୁ ନିଲମ୍ବିତ କରାଯାଇଛି । ତେବେ ବିଦେଶରେ ଅଟକି ରହିିଥିବା ଭାରତୀୟଙ୍କ ଆଣିବା ପାଇଁ ସ୍ବତନ୍ତ୍ର କ୍ଷେତ୍ରରେ ବିମାନ ଚଳାଚଳ କରାଯାଇପାରେ ଏବଂ ଜରୁରୀ ଆବଶ୍ୟକତା ଉପଲବ୍ଧି କରାଗଲେ କିଛି ନିର୍ଦିଷ୍ଟ ଆନ୍ତର୍ଜାତିକ ବିମାନ ପଥରେ ବିମାନ ଚଳାଚଳ ନିମନ୍ତେ ଅନୁମତି ଦିଆଯାଇ ପାରେ ବୋଲି ସୂଚନା ମିଳିଛି ।

Comments are closed.