ଫାଙ୍କା ଷ୍ଟାଡ଼ିୟମରେ ମ୍ୟାଚ ଆୟୋଜନ ପାଇଁ ବିସିସିଆଇ ଓ ଏଆଇଏଫ୍‌ଏଫ ଅରାଜି

ଚେନ୍ନଇ : କରୋନା ମହାମାରୀ କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଛି। ଟୋକିଓ ଅଲିମ୍ପିକ୍‌ସ ଭଳି କ୍ରୀଡ଼ା ମହାକୁମ୍ଭ ଏକବର୍ଷ ୨୦୨୦ ବଦଳରେ ୨୦୨୧କୁ ଘୁଞ୍ଚିଥିବାବେଳେ ଆଉ କେତେକ ପ୍ରତିଯୋଗିତା ବନ୍ଦ ଓ ସ୍ଥଗିତ ହୋଇଯାଇଛି। କରୋନା କୋପ ହ୍ରାସ ପାଉନଥିବାବେଳେ ଏବେ ବିଭିନ୍ନ ଦେଶ ବିନା ଦର୍ଶକରେ ଖାଲି ଷ୍ଟାଡ଼ିୟମରେ ମ୍ୟାଚ ଆୟୋଜନ ନେଇ ଅଣ୍ଟା ଭିିଡ଼ିଛନ୍ତି। ଆସନ୍ତା ମେ ​‌େ​‌ର ଜର୍ମାନୀର ବୁନ୍ଦେସଲିଗା ଲିଗ୍‌ ଖାଲି ଷ୍ଟାଡ଼ିୟମରେ ଖେଳାଯିବା ନେଇ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଖାଲି ଷ୍ଟାଡ଼ିୟମରେ ମ୍ୟାଚ ଆୟୋଜନକୁ ନେଇ ଭାରତୀୟ କ୍ରିକେଟ କ​‌େ​‌ଣ୍ଟ୍ରାଲ ବୋର୍ଡ (ବିସିସିଆଇ) ଓ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ଆଗ୍ରହୀ ନାହାନ୍ତି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଜର୍ମାନୀରେ ସାମାଜିକ ଦୂରତ୍ବକୁ ବଜାୟ ରଖିବା ନେଇ ଖାଲି ଷ୍ଟାଡ଼ିୟମରେ ମ୍ୟାଚ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜର୍ମାନୀ ଓ ଭାରତ ମଧ୍ୟରେ ବହୁତ ଫରକ ରହିଛି। ଖେଳ ଦର୍ଶକଙ୍କ ଭାବପ୍ରବଣତା ସହିତ ଜଡିତ। ଦର୍ଶକଙ୍କ ବିନା ଖେଳର କିଛି ମୂଲ୍ୟ ନଥାଏ। ଖାଲି ଷ୍ଟାଡ଼ିୟମରେ ମ୍ୟାଚ ଆୟୋଜନ କରିବାର କୌଣସି ମାନେ ନାହିଁ । ଭାରତରେ କ୍ରିକେଟ ମ୍ୟାଚ ଖାଲି ଷ୍ଟାଡ଼ିୟମରେ ଆୟୋଜନ କରିବା ଅସମ୍ଭବ ବୋଲି ଗାଙ୍ଗୁଲି କହିଛନ୍ତି। ବର୍ତ୍ତମାନର ସ୍ଥିତିକୁ ନେଇ ପୂର୍ବତନ ଅଧିନାୟକ ଓ କ୍ରିକେଟରମାନେ ଖାଲି ଷ୍ଟାଡ଼ିୟମରେ ମ୍ୟାଚ ଆୟୋଜନ ନେଇ ପ୍ରସ୍ତାବ ଦେଇଛନ୍ତି। ଏପରିକି ଖାଲି ଷ୍ଟାଡ଼ିୟମରେ ଆଇପିଏଲ ଆୟୋଜନ ନେଇ ହରଭଜନ ସିଂହ ମଧ୍ୟ ପ୍ରସ୍ତାବ ଦେଇଥିଲେ। ବିନା ଦର୍ଶକରେ ମ୍ୟାଚ ଆୟୋଜନ କରାଗଲେ ସାମାଜିକ ଦୂରତ୍ବ ବଜାୟ ରହିବା ସହିତ କ୍ରିକେଟ ମଧ୍ୟ ଖେଳାଯାଇପାରିବ। ଏପରି ଆୟୋଜନ କରିବା ଅସମ୍ଭବ। ଆଇପିଏଲ ଖେଳାଳିମାନଙ୍କ ଉତ୍ସାହକୁ ଦର୍ଶକ ବଢାଇଥାନ୍ତି। ଖାଲି ଷ୍ଟାଡ଼ିୟମରେ ଆୟୋଜନ କରାଗଲେ ଏହାର ଉତ୍ସାହ ରହିବ ନାହିଁଁ ବୋଲି ଗାଙ୍ଗୁଲି କହିଛନ୍ତି। ମ୍ୟାଚ ପ୍ରସାରଣ ବିଭାଗ ମଧ୍ୟ ଖାଲି ଷ୍ଟାଡ଼ିୟମରେ ମ୍ୟାଚ ପ୍ରସାରଣ ନେଇ ଆଗ୍ରହ ସୃଷ୍ଟି କରୁନାହାନ୍ତି। ଆଇପିଏଲ ଦଳ ଚେନ୍ନଇ ସୁପରକିଙ୍ଗସ୍‌ ସିଇଓ କେ.ଏସ୍ ବିଶ୍ବନାଥନ ଚେପକ୍‌ ଷ୍ଟାଡ଼ିୟମରେ ଅଭ୍ୟାସ ସମୟରେ ଦର୍ଶକଙ୍କ ଅନୁପସ୍ଥିତ ନଥିବାରୁ ଖେଳାଳିମାନଙ୍କ ଉତ୍ସାହ ସୃଷ୍ଟି ହେଉନଥିଲା। କିଭଳି ଖାଲି ଷ୍ଟାଡ଼ିୟମରେ ମ୍ୟାଚ ଆୟୋଜନ କରାଯିବ। ଭାରତରେ ଏବେ ଅଭ୍ୟାସ ମଧ୍ୟ ବିନା​‌ ଦର୍ଶକରେ ଆୟୋଜନ କରିବା ଅସମ୍ଭବ ବୋଲି ବିଶ୍ବନାଥନ କହିଛନ୍ତି। ସେହିପରି ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁଟିଆ କୁହନ୍ତି, ଏଭଳି ସ୍ଥିତିରେ ଫୁଟବଲ ପ୍ରେମୀମାନଙ୍କୁ ସନ୍ତୁଷ୍ଟ କରିବା ନେଇ ଖାଲି ଷ୍ଟାନିୟମରେ ମଧ୍ୟ ମ୍ୟାଚ ଆୟୋଜନ କରାଯିବାର ଆବଶ୍ୟକତା ରହିଛି। ସରକାର ଯଦି ଖାଲି ଷ୍ଟାଡ଼ିୟମରେ ମ୍ୟାଚ ଆୟୋଜନ ନେଇ ଅନୁମତି ପ୍ରଦାନ କରନ୍ତେ ତେବେ ଏଆଇଏଏଫ ଏହାକୁ ଗ୍ରହଣ କରିନେବା ଆବଶ୍ୟକ ବୋଲି ଭୁଟିଆ କହିଛନ୍ତି। ଏଆଇଏଏଫ ଉପ ସଭାପତି ସୁବ୍ରତ ଦତ୍ତା କହିଛନ୍ତି ଯେ, ଫୁଟବଲକୁ ଖାଲି ଷ୍ଟାଡ଼ିୟମରେ ଆୟୋଜନ କରିବା ଅସମ୍ଭବ। ଷ୍ଟାଡ଼ିୟମରେ କେବଳ ପ୍ରସାରଣ ଅଧିକାରୀ , ସାମ୍ବାଦିକଙ୍କ ଉପସ୍ଥିତି କ୍ରୀଡ଼ାରେ ରୋମାଞ୍ଚ ଭରିବାରେ ସକ୍ଷମ ହେବନାହିଁ। ମ୍ୟାଚରେ ଜୀବନ ନଥିବା ଭଳି ମନେ ହେବ। ଆଇଏସ୍ଏଲ ଫାଇନାଲ ମ୍ୟାଚ ଖାଲି ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିଲା। ପ୍ରତିଯୋଗିତା ଶେଷ ସୋପାନରେ ପହଞ୍ଚିଥିବାରୁ ତାହା ସକ୍ଷମ ହୋଇଥିଲା। କିନ୍ତୁ ଏବେ ଯେଉଁଭଳି ପରିସ୍ଥିତି ଖାଲି ଷ୍ଟାଡ଼ିୟମରେ ମ୍ୟାଚ ଆୟୋଜନ କରାଗଲେ ଏହାକୁ ଫୁଟବଲ ପ୍ରେମୀ ଗ୍ରହଣ କରିବା ନେଇ ଆଶଙ୍କା ସୃଷ୍ଟି କରୁଛି। ୱିମ୍ବିଲଡନକୁ ବାତିଲ କରିଦିଆଯାଇଥିବାବେଳେ ଫ୍ରେଞ୍ଚ ଓପନକୁ ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଛି । ମ୍ୟାଚ ଖାଲି ଷ୍ଟାଡ଼ିୟମରେ ଆୟୋଜନର କିଛି ଗୁରୁତ୍ବ ରହିବ ନାହିଁ ବୋଲି ସୁବ୍ରତ ଦତ୍ତା କହିଛନ୍ତି । ସୂଚନାଯୋଗ୍ୟ ଭାରତର ଷ୍ଟାର ଟେନିସ ଖେଳାଳି ମହେଶ ଭୂପତି, କ୍ରିକେଟର ହରଭଜନ ସିଂହ ପ୍ରମୁଖ ଖାଲି ଷ୍ଟାଡ଼ିୟମରେ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ବୋଲି ମତ ଦେଇଥିଲେ।

Comments are closed.