ସବୁ ବିଚାରପତି, ଓକିଲଙ୍କୁ ମାଗଣା ଟିକା ଦିଆଯାଇପାରିବ ନାହିଁ

ନୂଆଦିଲ୍ଲୀ : ଦେଶର ସମସ୍ତ ବିଚାରପତି ଓ ଓକିଲଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏ ସମ୍ପର୍କରେ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି ଅବସରରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଉତ୍ତର ରଖି କହିଛନ୍ତି ଯେ ବିଚାରପତି ଓ ଓକିଲକୁ ମାଗଣାରେ ଟିକା ଯୋଗାଇ ଦେବା ଅନ୍ୟ ବୃତ୍ତିଧାରୀଙ୍କ ପ୍ରତି ବାଛବିଚାର ହେବ। ତେଣୁ ନିର୍ଦ୍ଧାରିତ ହିତାଧିକାରୀଙ୍କ ବ୍ୟତୀତ ଅନ୍ୟ କାହାକୁ ମାଗଣାରେ ଟିକା ଦେବା ସମ୍ଭବ ନୁହେଁ। ସୋମବାର ସୁଦ୍ଧା ଦେଶରେ ୩କୋଟି ୧୫ଲକ୍ଷ ହିତାଧିକାରୀଙ୍କୁ କରୋନା ଟିକା ଦିଆଯାଇଛି।

Comments are closed.