୬ଟି ସହରରୁ କୋଲ୍‍କାତାକୁ ବିମାନ ଉଡ଼ାଣ ବନ୍ଦ

ଦେଶର ୪ଟି ରାଜ୍ୟର ୬ଟି ସହରରୁ କୋଲ୍‍କାତାକୁ ଆସନ୍ତାକାଲିଠାରୁ କୌଣସି ବିମାନ ଉଡ଼ାଣ ନ କରାଇବା ଲାଗି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ସହରଗୁଡ଼ିକ ହେଉଛି ଦିଲ୍ଲୀ, ଚେନ୍ନାଇ, ମୁମ୍ବାଇ, ନାଗପୁର, ପୁଣେ ଓ ଅହମ୍ମଦାବାଦ। ଏହି କଟକଣା ଆସନ୍ତା ୧୯ ତାରିଖ ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ପଶ୍ଚିମବଙ୍ଗରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟରୁ ବିମାନ ଚଳାଚଳ ନିଷିଦ୍ଧ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ସେହିଭଳି ଏଥିଲାଗି କୋଲକାତାକୁ ବିଭିନ୍ନ୍‍ ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ କଟକଣା ଜାରି କରିବାକୁ ମଧ୍ୟ ସେ କେନ୍ଦ୍ରକୁ ଅନୁରୋଧ କରିଥିଲେ।

Comments are closed.