ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ‘ନୋ ଫିସିଂ ଜୋନ୍‌’ ନିମନ୍ତେ ପ୍ରଶିକ୍ଷଣ ଶିବିର 

ଗଞ୍ଜାମ: ମତ୍ସ୍ୟବିଭାଗ ତରଫରୁ ଗଂଜାମ ସଂପ୍ରସାରଣ ଅଞ୍ଚଳର ପାଳିବନ୍ଧ ପଞ୍ଚାୟତ କାର୍ଯ୍ୟାଳୟରେ ମତ୍ସ୍ୟଜୀବୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ଏସ୍‌ ସ୍ବାମୀନାଥନ୍‌ ଫାଉଣ୍ଡେସନର ବିଷେଶଜ୍ଞ ସହ ଅନ୍ୟ କର୍ମକର୍ତ୍ତା, ଅତିରିକ୍ତ ମତ୍ସ୍ୟଅଧିକାରୀ (ସାମୁଦ୍ରିକ) ଗଂଜାମର କର୍ମକର୍ତ୍ତା, ମତ୍ସ୍ୟ ନିର୍ଦ୍ଦେଶାଳୟର ପ୍ରତିନିଧିମାନେ ଯୋଗଦେଇଥିଲେ।

ଏଥିରେ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ FFMA ଆପ୍ ବିଷୟରେ ପ୍ରଶିକ୍ଷଣ ଓ ଏହାର ଉପଯୋଗିତା ବିଷୟରେ ବୁଝାଇବା ସହ ଏହାର ବ୍ୟବହାର ଓ କ୍ଷେତ୍ରସ୍ତରୀୟ ବ୍ୟବହାର ମତ୍ସ୍ୟଜିବୀଂକୁ ଅବଗତ କରାଯାଇଥିଲା । ଏହି ଆପ୍ ଜରିଆରେ ନୋ ଫିସିଂ ଜୋନ୍ ସହ ପାଣିପାଗ ସର୍ତକତା, ସମୁଦ୍ରରେ ମାଛ ଉପସ୍ଥିତି, GPSର ସୁବିଧା ମଧ୍ୟ ଉପଲବ୍ଧ ହେବା ନେଇ ପ୍ରଶିକ୍ଷଣ ଦିଆଯାଇଥିଲା ଏହି ପ୍ରଶିକ୍ଷଣ ଶିବିରରେ।

ଅତିରିକ୍ତ ମତ୍ସ୍ୟଅଧିକାରୀ କାର୍ୟ୍ୟାଳୟର ଅଧିକାରୀ ସୁବ୍ରତ କୁମାର ପଟ୍ଟନାୟକ, ସହାକାରୀ ମତ୍ସ୍ୟ ଅଧିକାରୀ ବିଶ୍ୱଭୁଷଣ ଜେନା, କୁନଜ ବିହାରୀ ଦାସ, ଖଗେନ୍ଦ୍ର ରଣା, ଏମ୍‌ଏସ୍‌ ସ୍ବାମୀନାଥନ୍‌ ଫାଉଣ୍ଡେସନର ବିଷେଶଜ୍ଞଙ୍କ ସହ ଅନ୍ୟ କର୍ମକର୍ତ୍ତା ଓ ମତ୍ସ୍ୟ ନିର୍ଦ୍ଦେଶାଳୟର ପ୍ରତିନିଧି ଅମିତ୍ କୁମାର ପାଢୀ ଓ ସୁଧାଶୁଂ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଶେଷରେ ସହକାରୀ ଗଂଜାମ ସଂପ୍ରସାରଣ ଅଞ୍ଚଳର ମତ୍ସ୍ୟ ଅଧିକାରୀ ବିଶ୍ୱଭୂଷଣ ଜେନା ଆପ୍ ବିଷୟରେ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.