‘ମୋଦୀଙ୍କୁ ଭୟ କରେନି କଂଗ୍ରେସ’

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ୱାଇଆଇଏଲ୍‌)ର କାର୍ଯ୍ୟାଳୟକୁ ସିଲ୍‌ କରିବା ପ୍ରସଙ୍ଗରେ ଗୁରୁବାର ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି ବିରୋଧୀ ଦଳକୁ ଭୟଭୀତ କରିବାକୁ କେନ୍ଦ୍ର ସରକାର ଚକ୍ରାନ୍ତ କରୁଛନ୍ତି। ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରି କେନ୍ଦ୍ର ସରକାର ଏପରି ହୀନ ଉଦ୍ୟମ ଜାରି ରଖିଛନ୍ତି। ତେବେ ଏହାକୁ ନେଇ ଆମେ ଚିନ୍ତିତ ନୁହେଁ ଓ ମୋଦୀଙ୍କୁ କଂଗ୍ରେସ ଦଳ ଆଦୌ ଭୟ କରେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଗଣତନ୍ତ୍ର ବିରୋଧୀ କାର୍ଯ୍ୟ କରୁଛନ୍ତି। ତେବେ କଂଗ୍ରେସ ଦଳ ଗଣତନ୍ତ୍ର ଓ ଦେଶକୁ ରକ୍ଷା କରିବାକୁ କାର୍ଯ୍ୟ କରୁଛନ୍ତି। ସେ ଓ ତାଙ୍କ ଦଳର ସମସ୍ତ ନେତା ଓ କର୍ମୀ ଏହା ଜାରି ରଖିବେ। ସତ୍ୟକୁ ଲୁଚାଇ ଦିଆଯାଇ ପାରିବ ନାହିଁ ଏବଂ କେନ୍ଦ୍ର ସରକାରଙ୍କ ଏପରି ମନୋଭାବ ବିରୋଧରେ କଂଗ୍ରେସର ପ୍ରତିବାଦ ଜାରି ରହିବ ବୋଲି ସେ କହିଛନ୍ତି।

Comments are closed.