ରାମ ଜନ୍ମଭୂମୀ- ବାବ୍ରି ମସ୍‍ଜିଦ ମାମଲା: ତ୍ୱରିତ୍‍ ଶୁଣାଣି ଆବେଦନ ଖାରଜ

0

ନୂଆଦିଲ୍ଲୀ : ରାମ ଜନ୍ମଭୂମୀ-ବାବ୍ରି ମସ୍‍ଜିଦ ମାମଲାର ତ୍ୱରିତ ଶୁଣାଣି କରିବା ଲାଗି ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଗତ ମାସରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିକୁ ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ଅଯୋଧ୍ୟାର ବିବାଦୀୟ ଜମିକୁ ତିନି ପକ୍ଷ ମଧ୍ୟରେ ବାଣ୍ଟିବା ଲାଗି ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ କରାଯାଇଥିବା ମାମଲାର ଶୁଣାଣି ଜାନୁଆରୀରେ ଉପଯୁକ୍ତ ପୀଠରେ କରାଯିବ ବୋଲି ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ପୀଠ କହିଥିଲେ। ମାତ୍ର ପୀଠଙ୍କ ନିଷ୍ପତ୍ତି ବିରୋଧରେ ପୁନଃ ଉପରୋକ୍ତ ଆବେଦନ କରାଯାଇ ତ୍ୱରିତ ଶୁଣାଣି କରିବାକୁ ନିବେଦନ କରାଯାଇଥିଲା। ଉଲ୍ଲେଖ ଯେ ଅଯୋଧ୍ୟର ୨.୭୭ ଏକର ବିବାଦୀୟ ଜମିକୁ ସୁନ୍ନି ୱାକଫ୍‍ ବୋର୍ଡ, ର୍ନିମୋହୀ ଆଖଡା ଏବଂ ରାମ ଲଲାଙ୍କ ମଧ୍ୟରେ ତିନି ଭାଗ କରି ବଣ୍ଟନ କରିବାକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ମାତ୍ର ଏହି ନିର୍ଦେଶକୁ ବିରୋଧ କରି ସୁପ୍ରିମକୋର୍ଟରେ ୧୪ଟି ଆବେଦନ ହୋଇଛି।

Leave A Reply