କାଳିଆ ଦର୍ଶନ ପାଇଁ ଆଉ ଲୋଡ଼ା ନାହିଁ କରୋନା ନେଗେଟିଭ୍ ରିପୋର୍ଟ

ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆଉ ଲୋଡ଼ା ହେବ ନାହିଁ କରୋନା ନେଗେଟିଭ୍ ରିପୋର୍ଟ । ଶ୍ରୀମନ୍ଦିରରେ ବିନା କୋଭିଡ଼ ରିପୋର୍ଟରେ ଆସନ୍ତା ୨୧ ତାରିଖଠାରୁ ତିନି ଠାକୁରଙ୍କୁ ଦର୍ଶନ କରିପାରିବେ ଭକ୍ତ।
ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁସାରେ ୨୧ ତାରିଖଠାରୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ କରୋନା ନେଗେଟିଭ ରିପୋର୍ଟ ଆବଶ୍ୟକ ହେବ ନାହିଁ । ପ୍ରତିଦିନ ୩୦ ହଜାର ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରିପାରିବେ ।  ୩୦ ହଜାରରୁ ଊର୍ଦ୍ଧ୍ୱ ହେଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସକାଳ ୭ଟା ରୁ ସର୍ବସାଧାରଣ ଦର୍ଶନ ଜାରି ରହିବ । ଶ୍ରଦ୍ଧାଳୁଙ୍କୁ କେବଳ ସିଂହଦ୍ୱାର ବ୍ୟାରିକେଡ଼ ଦେଇ ଭିତରକୁ ଛଡ଼ାଯିବ। ଥର୍ମାଲ ସ୍କ୍ରିନିଂ କରାଯିବ; ମାସ୍କ, ସାନିଟାଇଜକୁ ଗୁରୁତ୍ୱ ଦିଆଯିବ। ଶ୍ରୀମନ୍ଦିର ସାନିଟାଇଜ ପାଇଁ ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ।ବ୍ୟବସ୍ଥା ମୁତାବକ ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଜାରି ରହିବ। ତେବେ ସକାଳ ୬ରୁ ୭ଟା ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ।

Comments are closed.