କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବକୁ ୧୨ ଦଳର ସମର୍ଥନ

0

ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ବିରୋଧରେ ବୁଧବାର ସଂସଦର ମୌସୁମୀ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିରୋଧୀ ଦଳଗୁଡିକ ଏକାଠି ହୋଇଛନ୍ତି। ଏହି ଅନାସ୍ଥା ପ୍ରସ୍ତାବକୁ କଂଗ୍ରେସ ସମେତ ୧୨ ବିରୋଧୀ ଦଳ ସମର୍ଥନ ଜଣାଇଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର କହିଛନ୍ତି ଯେ ସୋମବାର ବିରୋଧୀ ଦଳଙ୍କ ବୈଠକରେ ସାମିଲ ହୋଇଥିବା ସମସ୍ତ ଦଳ ଅନାସ୍ଥା ପ୍ରସ୍ତାବ ଉପରେ ସହମ୍ମତି ପ୍ରକାଶ କରିଛନ୍ତି। ସବୁ ବିରୋଧୀ ଦଳଙ୍କୁ ଏକାଠି କରିବା ପାଇଁ କଂଗ୍ରେସ ପ୍ରୟାସ କରୁଛି ଓ ବୈଠକରେ ଅନୁପସ୍ଥିତ ବିରୋଧୀଙ୍କ ସହ କଥାବାର୍ତ୍ତା ଜାରି ରହିଛି। କଂଗ୍ରେସ ଏହି ଅଧିବେଶନରେ ମହିଳା ସୁରକ୍ଷା, ବେକାରି, ପିଟି ପିଟି ହତ୍ୟା, କୃଷକଙ୍କ ସ୍ଥିତି, ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାନ ନିରୋଧୀ କାନୁନ, ଦରଦାମ, ପେଟ୍ରୋଲ ଏବଂଡିଜେଲର ଆକାଶ ଛୁଅାଁ ଦର, ସୁଇସ୍‍ ବ୍ୟାଙ୍କରେ କଳାଧାନ ଆଦି ୫୦ଟି ପ୍ରସଙ୍ଗ ଉତ୍ଥାପନ କରି ମୋଦୀ ସରକାରଙ୍କୁ ଘେରିବ। ଅନାସ୍ଥା ପ୍ରସ୍ତାବରେ ଏହି ସବୁ ପ୍ରସଙ୍ଗ ରହିବ। ସେହିପରି ସଂସଦରେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ ଦାବିକୁ ଉଠାଯିବ। ଖଡଗେ କହିଛନ୍ତି ଯେ ଜନତାଙ୍କ ସମସ୍ୟାକୁ ସଦନରେ ରଖିବାକୁ ସୁଯୋଗ ମିଳିବ ବୋଲି ଆଶା କରୁଛି। ସେହିପରି ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ ମୋଦୀ ସରକାର ନିଜ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। ସେ ଦେଶର ବିଭାଜନ ପାଇଁ ପ୍ରୟାସ କରୁଛନ୍ତି। ବୁଧବାର ଲୋକସଭା କାର୍ଯ୍ୟକ୍ରମ ଆରମ୍ଭ ହେଲେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଉଲ୍ଲେଖ ଯେ ଏହା ପୂର୍ବରୁ ତେଲୁଗ ଦେଶମ ପାର୍ଟି (ଟିଡିପି) କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବିରୋଧୀ ଦଳଙ୍କୁ ସମର୍ଥନ ମାଗିଥିଲେ। ଟିଡିପି ନେତା ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍ ଚନ୍ଦ୍ରବାବୁ ନାଇଡୁ ସମସ୍ତ ବିରୋଧୀ ଦଳଙ୍କୁ ପତ୍ର ଲେଖି କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ସମର୍ଥନ ମାଗିଥିଲେ। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇ ପୂରଣ କରିନଥିବାରୁ ଏନଡିଏ ସରକାର ବିରୋଧରେ ଟିଡିପି ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚାହୁଁଛି ବୋଲି ଯୁକ୍ତି ବାଢିଛି। କଂଗ୍ରେସ, ବାମଦଳ ଏବଂ ତୃଣମୂଳ କଂଗ୍ରେସ ଭଳି ୧୨ଟି ଦଳ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଦେଇଛନ୍ତି।

Leave A Reply