ଏବର୍ଷ ହେବ ନାହିଁ ଜନଗଣନା ଓ ଏନ୍‌ପିଆର୍‌

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ଚଳିତବର୍ଷ ଜନଗଣନା ଓ ଜାତୀୟ ଜନସଂଖ୍ୟା ପଞ୍ଜୀକରଣ (ଏନ୍‌ପିଆର) କାର୍ଯ୍ୟକୁ ସ୍ଥଗିତ ରଖାଯିବ। କରୋନା ଭୂତାଣୁ ସଂକ୍ରମଣରେ କୌଣସି ରୋକ ଲାଗୁ ନଥିବାରୁ ଜନଗଣନା ଓ ଏନପିଆରକୁ ବିଳମ୍ବ କରାଯିବ। ଚଳିତବର୍ଷ ଏପ୍ରିଲ ୧ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଓ ଏନପିଆର ଅପଡେଟ ପ୍ରକ୍ରିୟା ଆରମ୍ଭ ହେବାକୁ ଥିଲା। ମାର୍ଚ୍ଚମାସରୁ କରୋନା ଲକଡାଉନ ଜାରି ହେବାକୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଭାରତର ଜନଗଣନା ବିଶ୍ବର ସବୁଠାରୁ ବଡ ପ୍ରଶାସନିକ ଓ ପରିସଂଖ୍ୟାନ ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ୩୦ଲକ୍ଷରୁ ଅଧିକ କର୍ମଚାରୀ ସାମିଲ ହୋଇଥାନ୍ତି। କର୍ମଚାରୀମାନେ ପ୍ରତି ଘରକୁ ଯାଇ ସେମାନଙ୍କ ପରିବାର ସଦସ୍ୟଙ୍କ ସଂଖ୍ୟା ସହିତ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରିଥାନ୍ତି। ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜନଗଣନା ଏକ ଜରୁରୀ ଆବଶ୍ୟକତା ନୁହେଁ। ତେଣୁ ଏହା ଗୋଟିଏ ବର୍ଷ ବିଳମ୍ବ ହେଲେ କୌଣସି କ୍ଷତି ନାହିଁ।

Comments are closed.